ନାଲି ଟିକିଲି
ନାଲି ଟିକିଲି
କବିତା - ନାଲି ଟିକିଲି
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୨-୨୦୨୬
+++++++++++++++++
ନାଗରୀ ହେଉ ବା ଗୃହିଣୀ
ରମଣୀ ହେଉ ବା କେଉଟୁଣୀ
ନାରୀମାନେ ପ୍ରାୟତଃ ଶୃଙ୍ଗାର ପ୍ରୀୟ
ଅଳ୍ପସ୍ଵଳ୍ପ ପ୍ରସାଧନ ସାମଗ୍ରୀ ଲଗେଇ
ବାହାରନ୍ତି ବୁଲି ଯାଆନ୍ତି ସଜେଇ ଲାଜେଇ
ସୁନ୍ଦରୀ ଶ୍ରେଣୀରେ ଗଣିବା ମଣିବା ଥୟ
ବୋଧହୁଏ ଭାବୁଥିବେ
ନାରୀମାନେ ନହୁଲି ମଖମଲି ଜାତୀୟ
ଲହୁଣି ପିତୁଳା ପରି ନରମ ପ୍ରଜାତୀୟ
ମେକଅପ୍ ପାଇଁ ଅଧିକା ସମୟ ଲାଗେ
କପାଳ ମଧ୍ୟରେ
ଭ୍ରୁଲତା ମଝିରେ
ଟିକିଲି ଲଗେଇବାରେ ବଳକା ସମୟ ମାଗେ
ଅଇନା ଦେଖୁ ଦେଖୁ ଏକାଗ୍ରତା
ଟିକିଲି ଲଗେଇ ପରଖୁ ପରଖୁ ବ୍ୟସ୍ତତା
ବେଶି ସମୟ ଧାଇଁ ପଳାଏ ଆପଣାଛାଏଁ ତନ୍ମୟତା
ରାତି ଆସିଲେ ସାଜି ବିଭାବରୀ
ସେହି ନାଲି ଟିକିଲି
କେବେ ଆଇନା କଡ଼ରେ
କେବେ ପଲଙ୍କ ବାଡ଼ରେ
ଚିପା ହୋଇଥାଏ ନାକ କାନ୍ଦୁରୀ
ଯଦି ବ୍ୟସ୍ତତା ଭିତରେ ଭୂଲିଗଲ
କପାଳ ମଧ୍ୟରୁ ସିଧା ତକିଆ କଣରେ
ବାଥରୁମ୍ କାନ୍ଥ ବା ପାଣି ପାଇପ୍ ଉପରେ
ଜବରଦସ୍ତୀ ଚିପା ଯାଇଥାଏ ମନ ମୟୁରୀ
ଭାବିଲେ ଇଟିକିଲି ମିଟିକିଲି
ଛୋଟିଆ ନାଲି ଟିକିଲି
ଗାଧୋଇ ସାରିବା ପରେ ନିତି ଖୋଜା ହୁଏ
ଫାଙ୍କା କାନ୍ଥ ପରି
ଖାଲି କପାଳ କପାଟ ନ ରହୁ ମେଲି
ଭାବୁଥିବ ପୁଣି
ଛୋଟିଆ ନାଲି ଟିକିଲି ଟିଏ
କ୍ଷୁଦ୍ରାତିକ୍ଷୁଦ୍ର ଅବଏବରେ ହସୁଥାଏ ଚମକୁଥାଏ
ନାରୀମାନଙ୍କର ଗହଣା ଭିତରେ ଆଦ୍ୟଗଣା
କାହିଁକି କେଜାଣି ଲୋଡାପଡ଼େ ଆପଣାଛାଏଁ
ଉତ୍ତରଟା ବୋଧହୁଏ
ନିଜ ସ୍ୱାମୀଙ୍କ ପ୍ରତି ଭଲପାଇବାର ପ୍ରତୀକ
ନିଜ ମାନ ସମ୍ମାନ ବୃଦ୍ଧି ପାଇଁ ସୌମ୍ୟ ସନ୍ତକ
ଭାରତୀୟ ସଧବା ସଂସ୍କୃତି ପରମ୍ପରାର ବାହକ
ଅନ୍ୟ ଅର୍ଥରେ କହିଲେ
ଲାଜ ନାରୀର ଅସଲି ଭୂଷଣ
ନିଜ ଅର୍ଧାଙ୍ଗ ଇଶ୍ଵରଙ୍କୁ
ଖୋଲା ମେଲା ଭଲ ପାଇବା
ସମସ୍ତଙ୍କ ଆଗରେ ନୁହଁଇ ଭରଣ
କିନ୍ତୁ ପରନ୍ତୁ ଅଧିକନ୍ତୁ କହି ଦେବାକୁ ଚାହେଁ
ସାରା ସଂସାରକୁ ବୁଝେଇ ଦେବାକୁ ଚାହେଁ
ଛୋଟ ନାଲି ଟିକିଲି ଟିଏ ଲଗେଇବା ପାଇଁ
ଦେଇପାରୁଛି ନାରୀ ଏତେ ଧ୍ୟାନ
ନିଜ ଇହକାଳ ପରକାଳ ଦେବତା ପାଇଁ
ଦେଇ ପାରିବ କେତେ ମାନ ସମ୍ମାନ ?
ଦେଇ ପାରିବ କେତେ ଉତ୍ସର୍ଗୀକୃତ ଅଭିମାନ?
