ଇନ୍ଦ୍ରଧନୁର ରଂଗ
ଇନ୍ଦ୍ରଧନୁର ରଂଗ
ଅଳପ ଅଳପ ବରଷା ବତାଷି
ସୁରୁଜର ସୁନେଲି କିରଣ
ପ୍ରକୃତି ଯେ ମାନୋଲୋଭା ଦିଶୁଛି
ପଶ୍ଚିମ ଆକାଶେ ଶୋଭା ପାଉଥିଲା
ସପ୍ତରଙ୍ଗର ଅନିନ୍ଦ୍ୟ ଇନ୍ଦ୍ରଧନୁ ଟିଏ
ସ୍ଵଳ୍ପ କ୍ଷଣ ସ୍ତାୟୀ ହେଲେ ମଧ୍ୟ
ସର୍ବଜନ ମନ କିଣି ନେଇଥିଲା
ଆହା କି ବିଚିତ୍ର ସେ ଦୃଶ୍ୟ ପଟ
ମୋ କଲମରେ ଶବ୍ଦ ନାହିଁ, ମୋ କଳ୍ପନାରେ ଭାଷା ବି ନାହିଁ, ତାହାର ସାତ ରଙ୍ଗକୁ ତୋଳି ଧରିବାକୁ, ଧୀରେ ଧୀରେ ମୋ ନେତ୍ରପଟରୁ ସେହି ଶୋଭା ଅପସରି ଗଲା, ଅନେକ ସମୟରେ ମନରେ ପ୍ରଶ୍ନ ଆସିଥାଏ, ସତରେ ଏହାକୁ ଯିଏ ସର୍ଜନା କରିଥିଲେ, ସେ ବଡ ବିଚିତ୍ର ବିନ୍ଧାଣୀ ହୋଇଥିବେ ନିଶ୍ଚୟ, ବାଇଗଣୀ, ଘନନୀଳ,ନୀଳ,, ସବୁଜ ଇତ୍ୟାଦି ସପ୍ତ ରଙ୍ଗରେ ରଙ୍ଗାୟିତ ହୋଇ ଗଗନେ ପ୍ରକାଶେ, କେଇ ମାତ୍ର ମୁହୂର୍ତ୍ତ, ଅଭୁଲା ତା ବେଶ ପରିପାଟୀ, ଆପେ ଆପେ ମୋର ଦୁଇ ହାତ ଯୋଡ଼ି ହୋଇ ଗଲା ସେଇ ବିଶ୍ଵ ପିତା, ବିଶ୍ଵ ନୀୟନ୍ତାଙ୍କ ଉଦ୍ଦେଶ୍ୟରେ ।