STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ଇନ୍ଦ୍ରଧନୁର ରଂଗ

ଇନ୍ଦ୍ରଧନୁର ରଂଗ

1 min
193


ଅଳପ ଅଳପ ବରଷା ବତାଷି

ସୁରୁଜର ସୁନେଲି କିରଣ

ପ୍ରକୃତି ଯେ ମାନୋଲୋଭା ଦିଶୁଛି

ପଶ୍ଚିମ ଆକାଶେ ଶୋଭା ପାଉଥିଲା

ସପ୍ତରଙ୍ଗର ଅନିନ୍ଦ୍ୟ ଇନ୍ଦ୍ରଧନୁ ଟିଏ

ସ୍ଵଳ୍ପ କ୍ଷଣ ସ୍ତାୟୀ ହେଲେ ମଧ୍ୟ

ସର୍ବଜନ ମନ କିଣି ନେଇଥିଲା

ଆହା କି ବିଚିତ୍ର ସେ ଦୃଶ୍ୟ ପଟ

ମୋ କଲମରେ ଶବ୍ଦ ନାହିଁ, ମୋ କଳ୍ପନାରେ ଭାଷା ବି ନାହିଁ, ତାହାର ସାତ ରଙ୍ଗକୁ ତୋଳି ଧରିବାକୁ, ଧୀରେ ଧୀରେ ମୋ ନେତ୍ରପଟରୁ ସେହି ଶୋଭା ଅପସରି ଗଲା, ଅନେକ ସମୟରେ ମନରେ ପ୍ରଶ୍ନ ଆସିଥାଏ, ସତରେ ଏହାକୁ ଯିଏ ସର୍ଜନା କରିଥିଲେ, ସେ ବଡ ବିଚିତ୍ର ବିନ୍ଧାଣୀ ହୋଇଥିବେ ନିଶ୍ଚୟ, ବାଇଗଣୀ, ଘନନୀଳ,ନୀଳ,, ସବୁଜ ଇତ୍ୟାଦି ସପ୍ତ ରଙ୍ଗରେ ରଙ୍ଗାୟିତ ହୋଇ ଗଗନେ ପ୍ରକାଶେ, କେଇ ମାତ୍ର ମୁହୂର୍ତ୍ତ, ଅଭୁଲା ତା ବେଶ ପରିପାଟୀ, ଆପେ ଆପେ ମୋର ଦୁଇ ହାତ ଯୋଡ଼ି ହୋଇ ଗଲା ସେଇ ବିଶ୍ଵ ପିତା, ବିଶ୍ଵ ନୀୟନ୍ତାଙ୍କ ଉଦ୍ଦେଶ୍ୟରେ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action