STORYMIRROR

Debadatta Jena

Abstract Romance Thriller

3  

Debadatta Jena

Abstract Romance Thriller

ଇନ୍ଦ୍ରଧନୁର ମନ..

ଇନ୍ଦ୍ରଧନୁର ମନ..

1 min
175

       


ତୁମ ରଂଗ ତ ଲାଗୁଛି ନିଜର,ନିଜର,


    ରୂପ ବି ଲାଗୁଛି ନିଜର, 


ଏ ଆକାଶ ଯେ ଖାଲି ତୁମର ତୁମର, 


    ଶ୍ରାବଣ ବି ଲାଗେ ନିଜର, 


ତୁମେ ସାତ ସୂରୁଜର ସହସ୍ର ରଶ୍ମୀରେ 


   ବିଭୋର ରଂଗରେ ଅପାର, 


 ତୁମ କଜ୍ଜଳ ଆଖିରେ ବରଷାର ଝର, 


    ଭାବନା ତ ମେଘ ମହ୍ଲାର, 


   ତୁମେ ଅବୁଝା ରଂଗର ଝର 


ସାତ ମେଘ ଆଉ ସାତ ଶ୍ରାବଣରେ 


    ତରଙ୍ଗାୟିତ ସାରା ଶ୍ରାବଣ..!


ତୁମ ତରଙ୍ଗ ସାଜୁଛି ଲହର ଲହର 


    ଲହରେ ପ୍ରୀତିର ଫୁଆର, 


ସାତ ସପନ ଓ ସାତ ନୀଳିମାରେ, 


    ହୃଦୟରୁ ଝରେ ଜୁଆର, 


 ମୌସୁମୀ ତୁମେ ନିହାତି ନିଜର, 


    ଝରଣା ବି ଖାସ ତୁମର, 


 ଅପାସୋରା ସେଇ ନିଝୁମ ଶ୍ରାବଣ, 


   ତୁମେ ନିର୍ଝରିଣୀ ଝର ଝରଣ, 


   ତୁମ ହୃଦୟ ଝରଣା ଝର 


  ପ୍ରଣୟ ବଲ୍ଲରୀ ହୃଦୟ କସ୍ତୁରୀ 


    ପ୍ରେମ ମନ୍ଦାକିନୀ ସ୍ଫୁରଣ 


  ଇନ୍ଦ୍ରଧନୁ ତୁମ ମନ, ତୁମ ଆତ୍ମା 


    ସାତ ରଂଗ ସାତ ସମ୍ଭାର..!


    


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract