Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Romance

3  

Manoj kumar Maharana

Romance

ଇଛା ହୁଏ

ଇଛା ହୁଏ

2 mins
442



ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ତୁମ ସାଇକେଲର ହାୱା ଛାଡି

ଅନନ୍ତ ନଗର ୫ମ ଗଳିରୁ ଗିରି ରୋଡ୍ ଯାଏଁ

ତୁମ ସାଥେ ଗପି ଗପି ଯିବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ଏକାଡେମୀର ଲାଇବ୍ରେରୀ ରୁମରେ

ତୁମ ହାତ ପାପୁଲିରେ ତୁମକୁ ଗଣିତ ବୁଝାଇବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ଗୋପାଳପୁର ବେଳାଭୂମିରେ

ମୋ ପାଦ ଉପରେ ତୁମ ପାଦ ରଖି 

ଦୁଇ ଅଧରକୁ ଛନ୍ଦି

ବାଲିର ତାଜମହଲ ରେ ବାଟ ଚାଲିବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ରାତି ୨ଟା ରେ 

ଏଇ ସୁନ୍ଦରୀ ସହରକୁ ଦେଖିବା ପାଇଁ

ମୋ ବାଇକ ପଛରେ ବସି 

ଦୁଇ ଶରୀରକୁ ଏକ କରି ବୁଲିବା ପାଇଁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ଗୋଟିଏ ଗୁପଚୁପକୁ 

ଏକା ସଙ୍ଗେ ଦୁହେଁ ଖାଇବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

କ୍ଲାସ ଶେଷ ହେଲା ପରେ

ମୋ ହାତ ପାପୁଲିରେ

ତୁମ ହାତ ସ୍ପର୍ଶର ମେହେନ୍ଦୀ ପକାଇବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ମୋ କବିତାକୁ

ତୁମ ନାଁ ରେ ଖବକାଗଜମାନଙ୍କରେ

ପ୍ରକାଶିତ କରିବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ତୁମ ହାତରନ୍ଧା ସେମୟା ଖିରିକୁ 

ତୁମ କୋମଳ ହାତରେ ଖାଇବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ମୋ ଟିଉସନ ଟଙ୍କାରେ 

ତୁମ ଜନ୍ମଦିନରେ ତୁମ ପାଇଁ 

ତୁମ ପସନ୍ଦର କଳା ଲେହେଙ୍ଗା ଉପହାର ଦେବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ସାରା ରାତି ତୁମ ସାଥେ 

ମୋବାଇଲ ରେ ଓଠ ଚିପି ଚିପି ଗପିବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ପାଗଳ ପରି ଭଲପାଉଥିବା ଝିଅଟି

ମୋତେ ତା ସୋସିଆଲ ମିଡ଼ିଆର ଏକାଉଣ୍ଟରୁ 

ହଠାତ୍ ବ୍ଲକ୍ କରିଦେବ 

ଆଉ ସିଦ୍ଧି ବିନାୟକ ମନ୍ଦିରକୁ ଡାକି

ମୋତେ ଭୁଲିଯିବା ପାଇଁ ବାଧ୍ୟ କରିବ 

ତା ମୁଣ୍ଡ ଛୁଇଁ ଶପଥ କରିବାକୁ ।


ଇଚ୍ଛା ହୁଏ,

ଆଉ ଥରେ ତୁମକୁ ପ୍ରେମ କରିବାକୁ 

ତୁମ ବିଛେଦରେ ମୁଁ ପାଗଳ ହେବାକୁ

ଦିନ ରାତି ଝରିଝୁରି ଲୁହ ଢାଳିବାକୁ,

ଶେଷରେ ତୁମ ବିନା ବଞ୍ଚି ନ ପାରି

ତୁମ ପାଇଁ ପ୍ରାଣ ହାରିବାକୁ ।


କାହିଁକି ନା ; ଏ ମୃତ୍ୟୁ ପରେ ବି 

        ତୁମେ ମନେପଡୁଛ ପ୍ରିୟା

        ଏ ଭୂତ ପ୍ରେତଙ୍କ ମିଳନରେ ବି ।

         

"ଏଠି କେତେ ପ୍ରେମିକ ଯେ ଭୂତ ସାଜିଛନ୍ତି,

 ତୁମ ପରି ପ୍ରେମିକାକୁ ପାଗଳ ପରି ଭଲ ପାଇ

 ତୁମେ କି ବୁଝିବ?

 ତୁମେ ତ ସାରା ରଜନୀରେ କାହା ସଜନୀ ସାଜି କୋଳେ ଝୁଲୁଥିବ

 ଆଉ ଆମେ ନା ଖାଦ୍ୟ ନା ବାସ ନା ବସ୍ତ୍ର ଯୁଗ ଯୁଗ ଧରି

ଶୂନ୍ୟେ ଝୁଲୁଥିବୁ ।"

 

 


Rate this content
Log in

Similar oriya poem from Romance