STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ହତାଦର ଆଉ କିମ୍ପା

ହତାଦର ଆଉ କିମ୍ପା

1 min
11


କେଉଁ ଏ ଦୁର୍ଭାଗ୍ୟ ଆମରି

ଅବା ସିହଂଭୂମର,

ପ୍ରେମ ପ୍ରୀତି ଶ୍ରଦ୍ଧା ଚରଣେ

ଜନ୍ମଭୂମି ପୟର !!


ଓଡ଼ିଆଙ୍କ ଭୂମି ଏହୁରେ

ପରା ଟିହତାଦର,

କରିଛି ବିଚ୍ଛିନ୍ନ ଉତ୍କଳ     

ଦୁର୍ଭାଗ୍ୟ କଷ୍ଟକର !!


ଶିକ୍ଷା ମାତୃଭାଷା ନାହିଁରେ

ନାହିଁ କାର ନଜର,

ସନ୍ତାନ ଭବିଷ୍ୟ ଅନ୍ଧାର

ଉଠେ କ୍ରନ୍ଦନ ସ୍ବର !!


କିଏ ବା ଜାଣିବ ଯନ୍ତ୍ରଣା

ନାହିଁ ସମୟ କାର,

ଆଦରି ଭାଗ୍ୟକୁ ଓଡ଼ିଆ

ରହିଛନ୍ତି ଏଠାର !!


ତଥାପି ଛାଡ଼ି ନି ଭରସା

ରହିଛନ୍ତି ଆଶାରେ

ପଛ ଘୂଞ୍ଚା ନାହିଁ ଜାତକେ

ଛନ୍ତି ଭାଷା ରକ୍ଷାରେ !!


ମାତୃଭାଷା ଶିକ୍ଷା ମିଳିବ

କରିଛନ୍ତି ଚେଷ୍ଟାରେ

ଜଗା କାଳିଆଙ୍କ କରୁଣା             

ପଡ଼ିବ ଟି ଭୂଇଁରେ !!


ଉତ୍କଳ ସନ୍ତାନ ବୋଲାଉ

କିମ୍ପା ଆମ୍ଭେ ଡ଼ରିବୁ?

ଭାଷା ମାତୃଭାଷା ଓଡ଼ିଆ

ନିଶ୍ଚେ ତାକୁ ଆଣିବୁ !!


ପୂର୍ବ ଯେ ପୁରୁଷ ଏଠାର

ଲଭିଥିଲେ ଯେ ଖ୍ୟାତି,

କରି ଆନ୍ଦୋଳନ ଆଣିବୁ

ଥରିବ ନାହିଁ ଛାତି !!


ଉତ୍କଳ ମୁକୁଟ ହେଉଛି

ପରା ଏ ସିହଂଭୂମୀ,

ପୂର୍ବର ଗୌରବ ଫେରିବ

ଧନ୍ୟ ହୋଇବ ଭୂମି !!


ବୃତ୍ତି ତୋଷମଦ ଛାଡ଼ିବା

ଥିବା କର୍ତ୍ତବ୍ୟ ପଥେ

ଅଧିକାର ପାଇଁ ଲଢ଼ିବା

ସମ୍ବିଧାନର ସାଥେ !!


ନୂଆ ଶିକ୍ଷା ନୀତି କହୁଛି

ଶିକ୍ଷା ମାତୃଭାଷାର

ଶିକ୍ଷା ନ ମିଳିଲେ ଭାଷାର                

ଆନ୍ଦୋଳନ ଶାନ୍ତିର !!


କାପୁରୁଷ ପଣ ଛାଡିଣ

ଜାଗି ଉଠ ଓଡ଼ିଆ,

ଶିକ୍ଷା ଯେ ଜନନୀ ଭାଷାର

ମାତୃ ଶିକ୍ଷା ବଢିଆ !!


ଅନ୍ଧାର ତିମିର ଘୁଞ୍ଚିବ

ହେବ ନୂଆ ସକାଳ,

କରୁଣା କରିବେ ଈଶ୍ବର

ହେବ ସବୁ ମଙ୍ଗଳ !!




Rate this content
Log in

Similar oriya poem from Tragedy