STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ହସିବାର ପ୍ରୟାସ

ହସିବାର ପ୍ରୟାସ

1 min
58

ମୋତେ ଆଜି 

ହସ ସଂକ୍ରମିତ ହୋଇଛି 

ମୁଁ ହସିବି ହସିବି ହଉଛି, 

କିନ୍ତୁ, ନା ମୁଁ ହସି ପାରୁଛି

ନା କାହାକୁ ହସେଇ ପାରୁଛି!


କୁକର୍ମ କରି ଦୁନିଆରେ ଲୋକହସା ହଉଛି 

ସତ୍କର୍ମେ ଅର୍ଜିତ ଫଳ କିଏ ହିସାବ ରଖିଛି ।


ବିତର୍କରେ ଭାଗିଦାର ହୋଇ ଅଜ୍ଞାନୀ ବନୁଛି

ତର୍କବିତର୍କ ବାଛିବାକୁ ବେଳ ବା କାହିଁ ଅଛି ।

ଦାନ ଧର୍ମ କରି ଦାଣ୍ଡେ କିଏ ଡେଙ୍ଗୁରା ପିଟୁଛି 

ଭୋଜି ଭାତ ଦେଇ କିଏ କେତେ ଲୋକ ଗଣୁଛି।।


ମୋତେ ଆଜି 

ହସ ସଂକ୍ରମିତ ହୋଇଛି 

ମୁଁ ହସିବି ହସିବି ହଉଛି, 

କିନ୍ତୁ, ନା ମୁଁ ହସି ପାରୁଛି

ନା କାହାକୁ ହସେଇ ପାରୁଛି!


ପଛ କଥା ମୋର ମନେ ପଡୁଛି 

ସେହି ଅଲୋଡା କଥା ହସଉଛି ।


ଘରେ କଲା ଖର୍ଚ୍ଚ ଲେଖି ଦିମାଗ ଗରମ କରୁଛି 

ଇଆଡୁ ସିଆଡୁ ଲେଖି କଲମକୁ ଭାରି କରୁଛି ।

ନ ଲେଖିବା କଥା ଅବେଳରେ ମୁଁ ଲେଖି ଚାଲିଛି 

ବେଳ କାଳ ନ ମାନି ଖାଲି ପାଇଖାନା ଦୌଡୁଛି।।


ମୋତେ ଆଜି 

ହସ ସଂକ୍ରମିତ ହୋଇଛି 

ମୁଁ ହସିବି ହସିବି ହଉଛି, 

କିନ୍ତୁ, ନା ମୁଁ ହସି ପାରୁଛି

ନା କାହାକୁ ହସେଇ ପାରୁଛି!


ଅଯଥା ପ୍ରଶଂସା କରି ମନକୁ ସନ୍ତାପିଛି 

ଯଥା କଥାରେ ଅବୁଝା ହୋଇ ଯାଉଛି।


ଗୁରୁଙ୍କୁ ନମଣିବ ନର, ଗୁରୁ ସାକ୍ଷାତ ଈଶ୍ୱର 

ସେହି ଗୁରୁ ମାରି ପିଟି ବାଟ ଦେଖାନ୍ତି ସତ୍ତ୍ବର ।

ଗୁରୁଙ୍କ ନିନ୍ଦା କରି ନର୍କେ ଯାଆନ୍ତି ନରନାରୀ

ସ୍ବର୍ଗ ଯେ ବାସ ମିଳେ ସେହି ଗୁରୁଙ୍କୁ ଭକ୍ତି କରି।।



Rate this content
Log in

Similar oriya poem from Abstract