STORYMIRROR

Ajay kumar Behera

Tragedy Inspirational Others

3  

Ajay kumar Behera

Tragedy Inspirational Others

ହୃଦୟଟେ ନାହିଁ

ହୃଦୟଟେ ନାହିଁ

1 min
165


ବଡ଼ପଣ ତମ କୁଆଡେ ଗଲାକି

  ଭାବୁ ନାହଁ କାହିଁ ଥରେ

କଅଁଳ କଢି ବି ଫୁଟିବା ଆଗରୁ

  ଆପେ ଆପେ ଝଡ଼ି ମରେ।୧।


ମାଆର ପଣତ  ଢାଙ୍କି ରଖିଥାଏ

  ହଜାରେ ଦୋଷକୁ ଯାର

ଆପଣାର ବୋଲି  ନାହିଁ ଯଦି କେହି

  ପ୍ରଭୁ ଏକା ସାହା ତାର।୨।


ବାହାବା ନେବାକୁ କରିଥାଅ ତମେ

  କେତେ ଯେ ଫିକର ଫନ୍ଦି

ହୃଦୟଟେ ନାହିଁ  ସତେ କି ତୁମର

  କୋଉଠି ହୋଇଛି ବନ୍ଦୀ।୩।


ଶସ୍ତା ରାଜନୀତି କର ନିତି ତୁମେ

   ଶାସକଟେ ହେବା ପାଇଁ

ରାତାରାତି ତମେ ରୂପ ବଦଳାଅ

   ଏକଥା ଅଛପା ନାହିଁ।୪।


କେବେ ବାଣ୍ଟି ଦିଅ ଛତା, ଜୋତା କେତେ

  ଟିକିଏ ଭରସା ପାଇଁ

ବିଶ୍ୱାସ ଦେଇଣ  ଶେଷେ ଭାଙ୍ଗି ଦିଅ

  ମୁହଁକୁ ଲଜ୍ଜା ବି ନାହିଁ।୫।


ନଗ୍ନତାର ଛବି ତୁମ ପାଇଁ ଆଜି

  ପଦାରେ ପଡୁଛି ଯାଇ

ଧନ୍ୟ ହେ ସେବକ ମୁଣ୍ଡି ସାଜି ଅଛ

  ଜନତାର ସେବା ପାଇଁ।୬।


ଧିକ ତୁମ ସେଇ ବଡ଼ ପଣିଆକୁ

  ଧନ୍ୟ ତୁମ ପିତାମାତା

ପାଇନ ସଂସ୍କାର ଉତ୍ତମ ଶିକ୍ଷା ଯେ

  ହୋଇଅଛ ରକ୍ଷା କର୍ତ୍ତା।୭।



Rate this content
Log in

Similar oriya poem from Tragedy