Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ହୃଦୟର ବ୍ୟଥା

ହୃଦୟର ବ୍ୟଥା

1 min
319



ସବୁକଥା, ହୃଦୟର ବ୍ୟଥା ଖୋଲି କହିତ ହୁଏନା ।


ଠିକ ଅଛି ସଜ୍ଜନ ପ୍ରବର

ତୁମେ ମଧ୍ୟ ସ୍ୱାଧୀନ ସ୍ୱତନ୍ତ୍ର

ଘୋଡା ପରି ଇଚ୍ଛା ତୁମ ଦଉଡିଲେ

ଆମ୍ଭେ ନିରୁତ୍ତର

ହତବମ୍ବ ଜରାଜୀର୍ଣ୍ଣ ସମୟର ଚକ୍ର ।


ଜୀଇବା ଜୀବନ ଶୈଳୀ ଏକାନ୍ତ ନିଜସ୍ଵ

ଅନୁତାପ କର ବା ନକର

ଖତଗଦା ଭାବିପାର ଆମ ସୁସ°ସ୍କାର

ନିଜଙ୍କୁ ବି ଭାବିପାର ପର

ମାତା ପିତା ଗୁରୁ ଗୁରୁଜନ

ହୋଇପାରେ ତୁମ ପାଇଁ

ଅର୍ବାଚ୍ଚୀନ ନୀଚ୍ଚ ବା ଇତର

ଭକ୍ତି ଭରେ ବିଶ୍ୱାସେ ମାନୁଛୁ ଆମେ

ଯାହାକୁ ଠାକୁର

ଭାବିପାର ତୁମେ କାଷ୍ଠ ପାଷାଣ ମାତର ।


ବିଚ୍ଚିତ୍ର ଏଇ ସ°ସାରେ କିଛି ନୁହେଁ ଅସମ୍ଭବ

କିମ୍ଭୁତ ବା କୁତ୍ସିତ ପ୍ରକାର

ଘୋଟିଯାଏ ଅନ୍ଧକାର ଦିବସକୁ

ସର୍ବଗ୍ରାସୀ ଗର୍ବ ଅହଙ୍କାର

ତିନି ତୁଣ୍ଡେ ଛେଳି ବି କୁକୁର ,

ଉପଭୋଗ ଅଧିକାର ସାବ୍ୟସ୍ତରେ

ମଣିଷ ପାଗଳ

କି°କର୍ତ୍ତବ୍ୟ ନାହିଁ ଗତ୍ୟନ୍ତର

ଈଶ୍ୱର ବି ସହିବାକୁ ବାଧ୍ୟ ଏଠି

ଦୁର୍ଜନଙ୍କ ପାପ ବ୍ୟଭିଚାର ।

ଦୁର୍ବିସହ ହୃଦୟର ବ୍ୟଥା

ଅକାଳ ଏ ଘଡିସନ୍ଧି ବେଳ

ଉପଶମ ପାଇଁ କିଛି ନାହିଁ ଉପଚାର ।

   


Rate this content
Log in

Similar oriya poem from Tragedy