ହୃଦୟ ପଥେ
ହୃଦୟ ପଥେ
ମହ ମହ ବାସୁଥିବା
ଏ ପବନର ଧାରେ
ସ୍ନିଗ୍ଧ ବାସ୍ନାୟିତ ଆଜି
ଚତୁଃପାର୍ଶ୍ୱ ମୋର,
କିଏ ସେ ବିଞ୍ଚିଛି ଏଠି
ମୋ ମନ ଉପବନେ
ଭଲ ପାଇବାର ନିରବିତ
ଉଷ୍ମ ଶିହରଣ !
ରୁହ,
ଟିକେ ଅଟକି ଯାଅ
ମାଗୁ ନାହିଁ ତୁମଠୁଁ ଅଧିକାର
ଦେବି ନିଶ୍ଚେ
ଦୀଆଲିର ଆଲୋକ
ମାଗି ନେବି,
ହୃଦୟର ସ୍ପନ୍ଦନକୁ
ଯାହା କେବେ ମାଗିନାହିଁ
ଜୀବନ କାଳରେ !
ଦେବି ନିଶ୍ଚେ ଉପହାର
ଅତୁଠ ଲୁହ ନଦୀରେ
ଯେଉଁଠି
ସରିଛି ସ୍ନାନ ତର୍ପଣ,
ଛାଇ ଆଲୁଅରେ
ତୁମ ରାଜରାଣୀ ଭଙ୍ଗୀ
ଉଙ୍କିମାରୁଛି ମୋ ସ୍ପନ୍ଦନରେ,
ଦୁର୍ବଳ “ମଣିଷ” ମୁଁ ନୁହେଁ
ଭଳିଯିବି ବେବାକ ଝଡରେ !
