STORYMIRROR

Jagabandhu Sahu

Comedy

2  

Jagabandhu Sahu

Comedy

ହୋମ୍ କରେଣ୍ଟାଇନ୍

ହୋମ୍ କରେଣ୍ଟାଇନ୍

1 min
11

କ୍ୱାରେଣ୍ଟାଇନ ରେ ସ୍ୱାମୀ ସ୍ତୀରି ଦୁହେଁ

   ପଡିଲେ ଚିନ୍ତାରେ ଆସି

କେମିତି ଶୋଇବେ ଗୋଟାଏ ଖଟରେ

  ଭାବୁଥାନ୍ତି ଦୁହେଁ ବସି

ସ୍ୱାମୀ ସ୍ତୀରିଙ୍କର ଏ 'ହାଲତ ଦେଖି

  ଖଟିଆଟା ଦେଲା ହସି

ରାତି ଅନ୍ଧାରରେ ସ୍ୱାମୀ ସ୍ତୀରି ପାଶେ

  ପୀରତିକୁ ଦେଲା ପେଷି 

ସ୍ୱାମୀ ସ୍ତୀରି ଦୁହେଁ ଗାଲକୁ ଆଉଁସି

  ହେଲେ ବସି ଠେସା ଠେସି

କୋଳାକୋଳି ହୋଇ ଲୋଟି ଗଲେ ଦୁହେଁ 

  ପିଇ ପିଇ ପ୍ରେମ ଲସି

ତା ଆଗକୁ ବନ୍ଧୁ ଆଉ ଯାହା ହେଲା

  ସେ ଅଙ୍କଟା ଦିଅ କଷି 

କ୍ୱାରେଣ୍ଟାଇନର ଏ ଖେଳ ପାଇଁକି

  ଖଟିଆଟା ହେଲା ଦୋଷୀ 

  ମୁଣ୍ତକୁ ଖାଇଲା ଗୋଧି

ସରକାରଙ୍କର  ସବୁ ନିୟମକୁ

  ଦେଲା ଆଜି ପ୍ରେମ ଭାଙ୍ଗି

  କ୍ଷମା ହେ ନବୀନ ମୋଦି......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy