ହୋଲି
ହୋଲି
କରି ମହାତପ ହିରଣ୍ୟକଶିପୁ
ଲଭିଥିଲା ବ୍ରହ୍ମା ବର
ତ୍ରିପୁର ବିଜୟ କରି ବାହୁବଳେ
କରିଲା ସେ ଦୂରାଚାର
ଭାବି ସ୍ବୟଂ ଭଗବାନ
ମାନିଲାନି ଦୁଷ୍ଟ ଦେବତା ବ୍ରାହ୍ମଣ
ଗୁରୁ ଅବା ଗୁରୁଜନ ।
ହେବନି ତା' ମୃତ୍ୟୁ ମନୁଷ୍ୟ ବା ପଶୁ
ଅବା ଦେବତା ହସ୍ତରେ
ମରିବନି ସିଏ ଘରେ ବା ବାହାରେ
ଦିବସ ବା ରଜନୀରେ
ନିଜକୁ ମଣି ଅମର
ନାହିଁ ତିନିପୁରେ ତାହା ସରି କିଏ
ଭାବିଲା ସେ ବଡ ବୀର ।
ଦୈବଯୋଗେ ତା'ର ପୁତ୍ର ପ୍ରହଲ୍ଲାଦ
ଥିଲେ ମହା ବିଷ୍ଣୁ ଭକ୍ତ
ତାକୁ ମାରିବାକୁ ରାକ୍ଷସ ଜନକ
କରିଲା କୂଟ ଚକ୍ରାନ୍ତ
ହୋଇ ଶେଷେ ନିରୁପାୟ
ଡକାଇଲେ ପାଶେ ଭଗିନୀକୁ ତାଙ୍କ
କରିବାକୁ ଲକ୍ଷ୍ଯ ଥୟ ।
ପ୍ରେମେ ନିମଜ୍ଜିତ ନିଷ୍ପାପ ଅବୋଧ
ପ୍ରହଲ୍ଲାଦ ଶିଶୁ ଭକ୍ତ
କାମନା ହୋଲିକା ହେବ ଦାହିବାକୁ
କରି ଦୃଢ଼ କୋଳାଗ୍ରତ
ସହାୟ ହୁଅ 
;ଭଗିନୀ
କହିଲେ ପ୍ରବୋଧି ଲଭିଛୁ ତୁ ବର
ଦାହ୍ଯ କରିବନି ଅଗ୍ନି ।
ଜଳିଲା ପ୍ରଖର ରଡ କାଠ ନିଆଁ
ଫଗୁଣ ପୁନେଇଁ ଦିନ
ହସି ହସି ଶିଶୁ କରୁଥିଲା ଜପ
ଶ୍ରୀହରି ହେ ବିଷ୍ଣୁ କୃଷ୍ଣ
ରକ୍ଷା କର ଭଗବାନ
ନାଶ କର ହେଳେ ନୀଚ୍ଚ ଅହଙ୍କାର
ଦର୍ପୀ ଦର୍ପ କର ଚୂର୍ଣ୍ଣ ।
ମେଣ୍ଢାଶାଳ ପ୍ରାୟ ଜଳିଗଲା ପାପ
ଧରମର ହେଲା ଜୟ
ରଡ ନିଆଁ ଝୁଲେ ଭକ୍ତ ପ୍ରହଲ୍ଲାଦ
ଦେହ ହେଲା ନାହିଁ କ୍ଷୟ
ହୋଲିକା ହୋଇଲା ଭସ୍ମ
ନରସିଂହ ରୂପେ ଜାନୁପରେ ରଖି
ହରିଲେ ହିରଣ୍ଯ ପ୍ରାଣ ।
ପାଳିତ ହୁଅଇ ହର୍ଷ ଉଲ୍ଲାସରେ
ରଙ୍ଗର ପରବ ହୋଲି
ଫଗୁଣ ପୂର୍ଣ୍ଣମୀ ପବିତ୍ର ତିଥିରେ
ବିକାରକୁ ଦେଉ ଜାଳି
ବୋଳି ହେଉ ମୁହେଁ ରଙ୍ଗ
ନେଉ ସୁସଂକଳ୍ପ ହେବୁ ସଦାଚାରୀ
କୃଷ୍ଣପ୍ରେମେ ହେବୁ ମଗ୍ନ ।