ନର୍ତ୍ତକୀ ମୁଁ ସାଜିଛି
ନର୍ତ୍ତକୀ ମୁଁ ସାଜିଛି
ନର୍ତ୍ତକୀ ମୁଁ ସାଜିଛି
ଦୁନିଆଁର ରଙ୍ଗମଞ୍ଚେ
ତା, ତା , ଥେଈ ନାଚୁଛି ..
ପ୍ରବଞ୍ଚନା ଦୁନିଆଁରେ
ପାଦ ଦୁଇ ଥାପିଛି,
ମୁଖେ ରଙ୍ଗ ମାଖି ହୋଇ
ଘୁଙ୍ଗୁର ମୁଁ ପିନ୍ଧିଛି।
ତା,ତା, ଥେଈ ନାଚୁଛି
ନର୍ତ୍ତକୀ ମୁଁ ସାଜିଛି..
ରଙ୍ଗମଞ୍ଚ ରଙ୍ଗଶାଳେ
ନାଚିବାକୁ ଆସିଛି ,
ରୁଣୁ ଝୁଣୁ ଘୁଙ୍ଗୁର ମୋ
ଥିରି, ଥିରି ଶୁଭୁଛି ।
ଆଖି ଦୁଇ ବୁଜିଛି..
ନର୍ତ୍ତକୀ ମୁଁ ସାଜିଛି..
ବୟସର ଅପରାହ୍ନେ
ମନ୍ଦ ମନ୍ଦ ହସୁଛି ,
ଘୁଙ୍ଗୁର ରହିବ ଦିନେ
ଏହି କଥା ଭାବୁଛି ।
ଆଖି ଦୁଇ ବୁଜିଛି..
ନର୍ତ୍ତକୀ ମୁଁ ସାଜିଛି..
ମୂର୍ଚ୍ଛନାର ତାଳେ ତାଳେ
ପାଗଳିନୀ ସାଜିଛି ,
ନିର୍ଲଜ ଘୁଙ୍ଗୁର ପୁଣି
ଚୁପି ଚୁପି ବାଜୁଛି।
ଫେଣ୍ଟା, ଫେଣ୍ଟି ଯେତେ ରଙ୍ଗ
&n
bsp; ଦେହେ ବୋଳି ହୋଇଛି ,
ପାଦର ଅଳତା ରଙ୍ଗ
ବେଶ୍ ଗାଢ଼ା ଦିଶୁଛି ।
ଆଖିରେ ମୁଁ ଦେଖୁଛି..
ନର୍ତ୍ତକୀ ମୁଁ ସାଜିଛି..
ପେନ୍ଥା ପେନ୍ଥା ଘୁଙ୍ଗୁର ମୋ
କୁଷ୍ଣମୟ ହୋଇଛି ,
ପାଗଳିନୀ ରାଈ ଆଜି
ବଂଶୀର ଧ୍ଵନି ପାଇଁ
କାନ ଡେରି ଶୁଣୁଛି..
ବସନ୍ତ ବଣରେ ଆଜି
ଏକା ଏକା ବୁଲୁଛି ,
ଦୁନିଆଁ ଆଜି କହୁଛି
ମିଛେ ବାଇ ହେଉଛି ।
ଆଖି ଦୁଇ ବୁଜିଛି..
ନର୍ତ୍ତକୀ ମୁଁ ସାଜିଛି..
ଯେତେ ନିନ୍ଦା ଅପମାନ
ସବୁ ସହି ନାଚୁଛି ,
ନର୍ତ୍ତକୀ ମୁଁ ସାଜିଚି..
ସବୁ ଯୁଗ ଜନ୍ମ ପାଇଁ
ଘୁଙ୍ଗୁର ମୁଁ ପିନ୍ଧିଛି..
ରଙ୍ଗ ଭିଜା ପୟର ମୋ
ଘୁଙ୍ଗୁର କୁ ଦେଖୁଛି..
ନର୍ତ୍ତକୀ ମୁଁ ସାଜିଛି ......