ହେ ଜନନୀ
ହେ ଜନନୀ
ହେ ଜନନୀ ତୁମେ ଅଟ ମହାନ୍
ଜନ୍ମଭୂମୀ ଠାରୁ ଗରୀୟାନ୍ ।
ଧରିତ୍ରୀ ମାତା ଠାରୁ ଶିଖିଛ ତୁମେ
ସହନଶୀଳନତା ଗୁଣ ।
ଧରଣୀ ମାତା ସହେ ଯେମିତି
ସମସ୍ତ ଜୀବଜଗତର ଅତ୍ୟାଚାର ।
ସେହିପରି ତୁମେ କେତେ ଯେ ସହୁଛ
ଅନେକ ଦୁଃଖ ଓ ଯନ୍ତ୍ରଣା, I
ଅକ୍ଳେଶରେସହି ଯାଅ ତୁମେ
ସମସ୍ତଙ୍କର ଯାତନା,
ମନକଥା ମନରେ ଚାପି ଦେଇ
ମୁହଁରେ ହସ ଫୁଟିଉଠେ ତୁମ ।
ସ୍ୱାମୀଙ୍କର ସୁଖ ପାଇଁ ସଦା ତତ୍ପର ତୁମେ
ନିଜ ଜୀବନକୁ ଉତ୍ସର୍ଗ କରି ।
ଅବିରତ କରିଥାଅ ସ୍ଵାମୀଙ୍କର ସେବା ।
ପୁଣି ତୁମେ ହୁଅ ସନ୍ତାନର ଜନନୀ
ଜନ୍ମ ଦେଇଥାଅ ସନ୍ତାନ।
ସହିଛ କେତେଯେ ଗର୍ଭ ଯନ୍ତ୍ରଣା
ଅନ୍ତ ଚିରିଦେଇଛ ଜନମ ।
କୁମାରୀତ୍ଵ ତ୍ୟାଗକରି
ପାଇଲ ତୁମେ ମାତୃତ୍ଵ ।
>
ମାଆର ମମତା ଦେଇ
ସ୍ତନଭାଙ୍ଗି ପୁଣି କ୍ଷୀର ବର୍ଷଣ କଲ
ପୁତ୍ରର ଉପରେ।
ତା ମୋହରେ ପୁଣି ଅନ୍ଧସାଜି ।
ନିଜେ ତୁମେ ଶୋଇ ଓଦାଶେଯେ
ଶୁଖା ଶେଜରେ ସୁଆଅ ସନ୍ତାନେ ।
ହେ ଜନନୀ ତୁମେ କେତେ ମହାନ୍ ।
କେତେ ଦୁଖ କେତେ ଝଡଝଞ୍ଜାର ସାମ୍ନା
କରିବାକୁ ନପଡିଛି ତୁମକୁ
ତଥାପି ନିଜ ଜୀବନକୁ ବାଜି ଲଗାଇ
ବାର ବ୍ରତ ତେର ଓଷା
କରିଥାଅ ସନ୍ତାନ ପାଇଁ ।
ବଡ କରି ମଣିଷ ତିଆରି କର
ତଥାପି ଶେଷରେ ସେ ସନ୍ତାନ
କରିଥାଏ ପୁଣି ଅତ୍ୟାଚାର
ଆପଣଙ୍କ ଉପରେ।
ନୀଳକଣ୍ଠ ସାଜି ବିଷ ପିଇ ତୁମ୍ଭେ
ସବୁ ସହି ଯାଅ ସନ୍ତାନ ଦେଇଥିବା
ଅନେକ ଦୁଃଖ ଯନ୍ତ୍ରଣା ।
ତଥାପି ପୁତ୍ର ମୋହରେ ଅନ୍ଧ ହୋଇ
ଭୁଲିଯାଅ ସନ୍ତାନର ଅତ୍ୟାଚାର ।
ସଦା ପ୍ରଫୁଲ୍ଲିତ ତୁମ ମତି ।
ହେ ଜନନୀ ତୁମେ କେତେ ମହାନ ।