ପରିବର୍ତ୍ତନଶୀଳ ଦୂନିଆ
ପରିବର୍ତ୍ତନଶୀଳ ଦୂନିଆ
ଗଢିଥିଲେ ତ ପରିବାର
ପବିତ୍ର ବନ୍ଧନ ବିବାହର
ଭାଗୀଦାର ହେବା ସୁଖର
ଦୁଃଖରେ ସାତ ଜନମର
ଦେଖ ନୀତି ଦୂନିଆରେ
ନାହିଁ ସେ ଭାବ ଆଜିରେ
ପରିବର୍ତ୍ତନଶୀଳ, ଏ ତ ନୀତି ଦୂନିଆର |୧|
ଏକାଠି ହୋଇ ଭାଗବତକୁ
ପଢୁଥିଲେ ଆସି ଟୁଙ୍ଗୀକୁ
ଭାଗବତ ଟୁଙ୍ଗୀ କହୁଥିଲେ
ସରବେ ସେନେହେ ବନ୍ଧା ଥିଲେ
ଆଲୋକ ଦେଉଥିଲା ଗାଁ କୋଠଘର
ଆନନ୍ଦେ ଜମୁଥିଲା ମନ ଆମର
ପରିବର୍ତ୍ତନଶୀଳ, ଏ ତ ନୀତି ଦୂନିଆର |୨|
ଗାଈ ପାଳୁଥିଲେ ଘରେ ଘରେ
ରହୁଥିଲେ କଚା ଚାଳ ଘରେ
ମିଳୁଥିଲା ତ ଗାଇର ଗୋବର
ଲିପା ହେଉଥିଲା ମାଟି ଘର
ନାହିଁ ଆଉ ତାହା ଦରକାର
ଅଛି ମାର୍ବଲର କୋଠାଘର
ପରିବର୍ତ୍ତନଶୀଳ, ଏ ତ ନୀତି ଦୂନିଆର |୩|
ଜଙ୍ଗଲ କାଟି ନଷ୍ଟ କରିଦେଲେ,
କୁକୁଡା ଫାରମ ଚାଷ କରିଲେ
ଗଛ ତ ସବୁ ସଫା ନାହିଁ ସବୁଜ ଶୋଭା,
କୁକୁଡାର ଡାକ, କେମିତି ଶୁଣିବା
କାହୁଁ ଆସିବ କୋଇଲିର କୁହୂତାନ
ତେଣୁ ହଜିଲାଣି ସବୁ ପୁରୁଣା ଦିନ
ପରିବର୍ତ୍ତନଶୀଳ, ଏ ତ ନୀତି ଦୂନିଆର |୪|
ସରବ କାମ ଏବେ ଆମେ ସବୁ କରେ,
କେବଳ ଅଛି
ନିଜ ଲାଳସା ପାଇବାରେ,
ଅଭାବ ରହିଛି ସ୍ୱଛ ନିଃସ୍ଵାର୍ଥ ହୃଦୟର,
ବୁଝିବକି କିଏ ମୂଲ୍ୟ ଏବେ ପ୍ରେମ ଶ୍ରଦ୍ଧାର,
ସମ୍ପର୍କର ପବିତ୍ର ବନ୍ଧନ କାହୁଁ ପାଇବା,
ପରିବର୍ତ୍ତନଶୀଳ, ଏ ତ ନୀତି ଦୂନିଆର |୫|
ଗ୍ରାମେ ନାହିଁ ସୁଯୋଗ, କର୍ମ ସଂସ୍ଥାନର,
ଖୋଜନ୍ତି କାମ ଶ୍ରମିକ କୃଷକ ଗ୍ରାମର,
ଖଟି ଚଳିବାକୁ ଯାଇ ରହେ ସହରରେ,
ଏପରି ସମୟେ କିପରି ରହିବ ଯୌଥ ପରିବାର
ପରିବର୍ତ୍ତନଶୀଳ ଏ ତ ନୀତି ଦୂନିଆର |୬|
ନିଜେ କିପରି ଉଠିବା ଚିନ୍ତା ମନ ରେ,
ନିଜ ସ୍ବାର୍ଥ ପାଇଁ ବନ୍ଧୁତା ଆମେ କରେ,
ପ୍ରକୃତି, ଅନ୍ୟକୁ କିପରି ଠେଲିବ ଖାଲରେ,
କାହୁଁ ଆସିବ ପ୍ରେମର ଭାବ ମନ ମାନସରେ,
ପରିବର୍ତ୍ତନଶୀଳ ଏ ତ ନୀତି ଦୂନିଆର |୮|
କିନ୍ତୁ ଅଛି ବିବେକ ସରବ ମଣିଷ ଭିତରେ,
ଖୁସି ମିଳେ ଅନ୍ୟକୁ ହସି ହସି ସୁଖ ବାଣ୍ଟିବାରେ
ହୃଦୟ ଅଛି, ଦିନେ ନା ଦିନେ ସ୍ପନ୍ଦନ ହେବ
ଅନ୍ଧାର ଯାଇ ଦିନେ ନିଶ୍ଚିତ ସକାଳ ହେବ
ଆଶା ତ ଅଛି ଦିନେ ସବୁ ଦୁଃଖ ଦୂର ହୋଇଯିବ
ପରିବର୍ତ୍ତନଶୀଳ ଧାରା, ନିଶ୍ଚିତ ସକାଳ ହେବ,
ପରିବର୍ତ୍ତନଶୀଳ ଏ ତ ନୀତି ଦୂନିଆରେ |୯|