Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouri Panda

Classics

3  

Gouri Panda

Classics

ରାଧା ପାଦ ଦର୍ଶନ

ରାଧା ପାଦ ଦର୍ଶନ

1 min
142



କାର୍ତ୍ତିକ ମାସର ଏ ଶୁଭ ଦିନ 

ରାଧା ରାଣୀଙ୍କର ପାଦ ଦର୍ଶନ। 

ଦାମୋଦର ମାସେ ଶ୍ରୀ ଦାମୋଦର 

ପୂଜା ପାଉଛନ୍ତି ରାଧା ସତ୍ତ୍ବର। 

ରସ ଶିରୋମଣି ରସିକେଶ୍ବର 

ଦର୍ଶନ କରନ୍ତି ରାଧା ରାଣୀର। 

ମଧୁସୂଦନ ମହାପାତ୍ରଙ୍କର 

ଲକ୍ଷ୍ମୀ ନାମେ ଏକ କନ୍ୟା ସୁନ୍ଦର। 

ପୂଜା କରୁଥାଏ ଶ୍ରୀ ଦାମୋଦର 

ଗୁନ୍ଥେ ନିତି କନ୍ୟା ଫୁଲର ହାର। 

ତାର ପ୍ରେମେ ପଡି ପ୍ରେମିକବର

ଗୁପ୍ତ ବୃନ୍ଦାବନେ ଗୁପ୍ତ ପ୍ରେମର। 

ନିତି ଆସି ତାର ଗୁପ୍ତ କକ୍ଷରେ 

ମାତି ଥାନ୍ତି କୃଷ୍ଣ ଗୁପ୍ତ ପ୍ରେମରେ। 

ଦିନୁ ଦିନୁ ଏହା ହେଲା ପ୍ରଚାର 

ଚିନ୍ତାରେ ପଡିଲେ ସେ ଦାମୋଦର। 

କନ୍ୟା ଲକ୍ଷ୍ମୀ ଙ୍କର ବିବାହ ପାଇଁ 

ବର ଏକ ଖୋଜିଲେକ ଯେ ଯାଇ। 

ଏହା ଶୁଣି ଲକ୍ଷ୍ମୀ କ୍ଷୀଣ ହୋଇଲେ 

ନଟନାଗର ଏ କଥା ଜାଣିଲେ। 

ଏହି ପରି ଅଁଳା ନବମୀ ଦିନ 

ଲକ୍ଷ୍ମୀ ଏହି ଦିନ ହେଲେ ବିଲୀନ। 

ଏ ଖବର ପାଇ ରସିକେଶ୍ବର 

ଯାଇ ପହଞ୍ଚିଲେ ଲକ୍ଷ୍ମୀଙ୍କ ଘର। 

ଦେଖିଣ ଲକ୍ଷ୍ମୀଙ୍କ ମୃତ ଶରୀର 

ଆଉଁସି ଦେଲେ ସେ ଲକ୍ଷ୍ମୀ ପୟର। 

ଝରି ଗଲା ଅଶ୍ରୁ ବେନି ନୟନୁ 

ଅଁଳା ନବମୀ ପରସିଧ ସେ ଦିନୁ। 

ଏଣୁ କରି ଅଁଳା ନବମୀ ଶ୍ରେଷ୍ଠ 

ନାଶ ହୁଏ ପାପ,ଦୁଃଖ ଓ କଷ୍ଟ। 

କରନ୍ତି ଯେ ରାଧା ପାଦ ଦର୍ଶନ 

ଆଶିଷ ଦିଅନ୍ତି ରାଧା ମୋହନ। 



Rate this content
Log in

Similar oriya poem from Classics