STORYMIRROR

ଅଶୋକ କୁମାର ମହାନ୍ତ l

Tragedy Children

4  

ଅଶୋକ କୁମାର ମହାନ୍ତ l

Tragedy Children

ହୋଲି

ହୋଲି

1 min
258

ବଗୁଲା ବଗୁଲି ଭାଇ ଭଉଣୀ

ସମୟ କଟାନ୍ତି ହୁଏନି ଜାଣି।।


ବଗୁଲା କହୁଛି ଆଲୋ ଏ ବଗୁଲି

କାଲିିିପା ଆସୁୁଛି ବରଷକେ ହୋଲିି।।


କେତେ ଲୋକ କେତେ ରଙ୍ଗ ଘେନିବେ

ଆମକୁ ଆସି ହୋଲିି ବୋଳିବେ।।


ଆମ ପାଖରେ ଅବିର ନାହିଁ

ଚାଲ କହିବା ବାପାଙ୍କୁ ଯାଇ।।


ବଗୁଲା ଧାଇଁଁଲା ବାପା ପାଖକୁ

ବଗୁଲି ରହିଲା ବେନି କରକୁ।।


ବଗୁଲା କହୁଛି ବାପା

ବଗୁଲି କହୁଛି ବାପା।।


ଆମ ପାଇଁ କାଲି ହୋଲି ଆଣିବ 

ନ କରିିିବ ଅଣଦେଖା।।


ଦୁୁଇ ବାହୁରେ କୁଣ୍ଢେଇ ନେଇ

ଚୁୁୁୁମ୍ବନ ଦେଇ ଗଲେ ପଳାଇ।।


ତହିଁ ଆର ଦିନ ସକାଳ ହେଲା

ବଗୁଲା ବଗୁଲି ନିଦ ଭାଙ୍ଗିଲା


ନିିତ୍ୟ କର୍ମ ସାରିଣ ଦେଇ

ବାପା ପାଖକୁ ଆସିଲେ ଧାଇଁ।।


ବାପାଙ୍କ ହାତରେ ଅବିର ଦେଖି

ବଗୁଲା ବଗୁଲି ବହୁତ ଦୁୁଃଖୀ ।।


ବାପା କହୁୁୁୁଛନ୍ତି ତାଙ୍କୁ ବୁଝାଇ

ଶୁୁୁୁୁୁଣିଥାଅ ପିଲେ ମନକୁ ଦେଇ।।


ରାସାୟନିକ ଅଭିର ବୋଳିବ 

ନାନା ପ୍ରକାରେ ରୋଗ ଆସିବ।।


ଟଙ୍କା ଦେଇ କିଏ ରୋଗ ଆଣେକି

ଏଥିଲାଗି ଏତେ ଦୁଃଖ କାହିଁକି।।


ପଇସା ଦେଇ ରୋଗ ଘେନିବା 

ଜୀବନ ଅପନ୍ତରା କରିବା।।


ବଗୁଲା କହୁଛି ଆଲୋଏ ବଗୁଲି

ବାପା ଆମକୁ କହିଲେ ଖୋଲି।।


ରାସାୟନିକ ରଙ୍ଗ ପାଖରୁ

ରହିବା ଆମେ ସଦା ଦୂରରୁୁ।।


ବଗୁଲା ବଗୁଲି ଧରିଲେ ହୋଲି

ସାଙ୍ଗ ମେଳକୁ ଚାଲିଲେ ବୁଲି।।


ହୋଲିିରେ ହୋଲି

ବରଷକୁ ଥରେ ଆସିଛି ହୋଲି


ଆସି ଅଛି ସେତ

ପାଖୁଡ଼ା ମେଲି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy