Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarmistha Palai

Tragedy

4  

Sarmistha Palai

Tragedy

ହଁ' ମୁଁ' ଭୁଲ୍ କରିଛି

ହଁ' ମୁଁ' ଭୁଲ୍ କରିଛି

1 min
339



ତୁମର ସବୁ ମିଛକୁ ସତ ଭାବି ନେବା ଟା' ଯଦି ଭୁଲ୍।ତେବେ ଠିକ୍ ଅଛି।

  ମୁଁ' ସେ' ଭୁଲ୍ କରିଛି ।


ତୁମର ମିଛ ପ୍ରେମକୁ ବୁଝି ନ' ପାରି ଯଦି ମୁଁ' ଭଲପାଇବା ଟା' ଭୁଲ୍।

 ତେବେ ହଁ' ମୁଁ' ଭୁଲ୍ କରିଛି।


ନିଜକୁ ନ' ଦେଖି ଯଦି ତୁମକୁ ଆଗ ଦେଖିବା ଟା' ମୋର ଭୁଲ୍ ହେଲା।

  ହଁ' ମୁଁ' ସେ' ଭୁଲ୍ କରିଛି।


ତୁମ ମୁହଁରେ ହସ ଦେଖିବାକୁ ଯାଇ ମୋ' ଆଖି ଲୁହକୁ ଲୁଚେଇକି ତୁମ ଆଗରେ ହସି ଦବା ଯଦି ମୋର ଭୁଲ୍।

  ହଁ' ମୁଁ' ସେ' ଭୁଲ୍ କରିଛି।


ତୁମକୁ ହୃଦୟରେ ସାଇତି ରଖିଛି ତୁମର ସବୁ ଭୁଲକୁ କ୍ଷମା କରିକି ସେଟା ମୋର ଭୁଲ୍ ହେଲେ।

  ହଁ' ମୁଁ' ସେ' ଭୁଲ୍ କରିଛି।


କଳଙ୍କ ଟୀକା ହସି ହସି ମୋ' ମଥାରେ ପିନ୍ଧି ଦେଇ ଯଦି ମୁଁ' ଭୁଲ୍ କରିଛି।

   ହଁ' ମୁଁ' ସେ' ଭୁଲ୍ କରିଛି।


ଉପାସ, ବ୍ରତ କରିକି ତୁମର ଶୁଭ ମନାସିବା ଯଦି ଭୁଲ୍ ହେଲା।

   ହଁ' ମୁଁ' ସେ' ଭୁଲ୍ କରିଛି।


ତୁମ ପାଇଁ ଦିନ ରାତି ଚିନ୍ତା କରିବା ଟା'

ଯଦି ମୋର ଭୁଲ୍ ଥିଲା।

  ହଁ' ମୁଁ' ସେ' ଭୁଲ୍ କରିଛି।


ଦିଗ ହରା ପଥିକ ଥିଲ।ତୁମକୁ ବାସ୍ତବ ପଥ କୋଉ ଟା' ଦେଖାଇବା ଯଦି ମୋର ଭୁଲ୍ ହେଲା।

  ହଁ' ମୁଁ' ସେ' ଭୁଲ୍ କରିଛି।


ଆଉ ଏତେ ସବୁ ଭୁଲ୍ କଲା ପରେ ମୁଁ' ଦଣ୍ଡ ତ' ନିଶ୍ଚୟ ପାଇବି ନା' .

ସେ' ଦଣ୍ଡ ଟା' କଣ?? ଜାଣିଛ।ଯାହା ତୁମେ ଦେଇଛ

ପ୍ରତାରଣା

ଛଳନା

ନିଃସଙ୍ଗତା ।



Rate this content
Log in

Similar oriya poem from Tragedy