STORYMIRROR

Bharatabandhu Biswal

Tragedy

3  

Bharatabandhu Biswal

Tragedy

ବିଷାକ୍ତ ସହର

ବିଷାକ୍ତ ସହର

1 min
143



ବିକଶିତ ଆମେ ଶିଳ୍ପ ସମୃଦ୍ଧ

ସମାଜ ଅତ୍ୟାଧୁନିକ

କରନ୍ତି ନିବାସ ସହର ଅଞ୍ଚଳେ

ଗ୍ରାମକୁ ଟେକନ୍ତି ନାକ ।


ଦିଶେ ମାଳମାଳ କୋଠା ବହୁତଳ

ରାସ୍ତାଘାଟ ଚକାଚକ

ଝଲସି ଉଠଇ ବିଜୁଳି ଆଲୁଅ

ସିନେମା ହଅଲ ପାର୍କ ।


ଛୁଟୁଥାଏ ସୁଅ ଯାନ ଓ ବାହନ

ବିପଣିମାଳାର ଭିଡ଼

ମଣିଷ ରୂପରେ ଚଳ ପ୍ରଚଳିତ

ସତେ କି ଯନ୍ତ୍ର ରୋବଟ ।


ଆମୋଦ ପ୍ରମୋଦ ଆପଣା କର୍ମରେ

ରହନ୍ତି ସଭିଏଁ ମଗ୍ନ

ଶିଳ୍ପ କାରଖାନା ଦପ୍ତର ଦଉଡ଼

ଜୀବନ ବ୍ୟସ୍ତ ବହୁଳ ।


ଦ୍ରୁତ ଲୋକ ସ°ଖ୍ୟା ବଢୁଛି ସହରେ

ଗ୍ରାମ ଛାଡୁଛନ୍ତି ଲୋକେ

ଜୀବିକା ଅର୍ଜନ ସୁବିଧା ସୁଯୋଗ

ମିଳେ ନାହିଁ ଗ୍ରାମେ ସେତେ ।


ଜୈବି

କ ଚାପରେ କ୍ଷୁଦ୍ର ପରିସ୍ଥାନ

ସହର ଅଣନିଃଶ୍ୱ।ସୀ

ପୂତିଗନ୍ଧମୟ ନାଳ ଓ ନର୍ଦ୍ଦମା

ଆବର୍ଜନା ହୁଏ ବୃଦ୍ଧି ।


ହୁଏ ପ୍ରଦୂଷିତ ସହର ଅଞ୍ଚଳ

ସଙ୍କଟଜନକ ସ୍ଥିତି

ପାନୀୟ ଜଳର ଉତ୍କଟ ଅଭାବ

ଦୁର୍ଘଟଣା ଘଟେ ନିତି ।


ହି°ସା ବଳାତ୍କାର ହତ୍ୟା ଓ ଲୁଣ୍ଠନ

ବୃଦ୍ଧି ପାଏ ଅପରାଧ

କରିହୁଏ ନାହିଁ ସହଜେ ବିଶ୍ୱାସ

ଭଲ କିଏ ଅବା ମନ୍ଦ ।


ଗ୍ରାହକଙ୍କୁ ଠକେ ଅସାଧୁ ବ୍ୟାପାରୀ

ଚାଲଇ କଳାବଜାର

ନିଏ ଚଢ଼ା ଦାମ ଜିନିଷ ଭେଜାଲ

ବିକେ ପଚାସଢା ମାଲ ।


ଆଇନ ଶୃଙ୍ଖଳା ବ୍ୟାହତ ସହରେ

ପୋଡାଜଳା ଧର୍ମଘଟ

ଦିନୁଦିନ ହୁଏ ସଙ୍କଟ ଅଧିକ

ବିଷାକ୍ତ ସ୍ଥିତି ଉତ୍କଟ ।

  ------



Rate this content
Log in

Similar oriya poem from Tragedy