Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nihar Ranjan Acharya

Tragedy

3.9  

Nihar Ranjan Acharya

Tragedy

ବାସ୍ତବ

ବାସ୍ତବ

1 min
146


ଜିଇଁବାର ମାନେ 

ସେଦିନ ବି କିଛି ନଥିଲା, 

ଯେଉଁ ଦିନ ଗଢି଼ବାଟା କ'ଣ

ତୁମଠାରୁ ମୁଁ ଶିଖିଲି। 


ହସିବାର ମୂଲ୍ୟ 

ସେଦିନ ବି କିଛି ନଥିଲା,

ଯେଉଁ ଦିନ ଭଲପାଇବାଟା କ'ଣ 

ତୁମଠୁଁ ମୁଁ ଜାଣିଲି। 


ହଜିଯିବାର ଭୟ 

ସେଦିନ ବି କିଛି ନଥିଲା, 

ଯେହେତୁ ବିଶ୍ୱାସର ପ୍ରତିଶୃତି 

ତୁମଠୁଁ ମୁଁ ପାଇଥିଲି। 


ହାରିଯିବାଟା କ'ଣ

ସେଦିନ ବି ଜାଣି ନଥିଲି, 

ଯେହେତୁ ବିରହଟା କ'ଣ 

ଆଗରୁ କେବେ ଚାଖି ନଥିଲି। 


ଭାଙ୍ଗିପଡିବାର ମାନେ 

ଆଜି ବି କିଛି ନାହିଁ, 

ଯେହେତୁ ବାସ୍ତବଟା କ'ଣ 

ତୁମଠୁଁ ମୁଁ ଜାଣିଲି। 

   


Rate this content
Log in

Similar oriya poem from Tragedy