STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ବାସ୍ତବ

ବାସ୍ତବ

1 min
151

ଜିଇଁବାର ମାନେ 

ସେଦିନ ବି କିଛି ନଥିଲା, 

ଯେଉଁ ଦିନ ଗଢି଼ବାଟା କ'ଣ

ତୁମଠାରୁ ମୁଁ ଶିଖିଲି। 


ହସିବାର ମୂଲ୍ୟ 

ସେଦିନ ବି କିଛି ନଥିଲା,

ଯେଉଁ ଦିନ ଭଲପାଇବାଟା କ'ଣ 

ତୁମଠୁଁ ମୁଁ ଜାଣିଲି। 


ହଜିଯିବାର ଭୟ 

ସେଦିନ ବି କିଛି ନଥିଲା, 

ଯେହେତୁ ବିଶ୍ୱାସର ପ୍ରତିଶୃତି 

ତୁମଠୁଁ ମୁଁ ପାଇଥିଲି। 


ହାରିଯିବାଟା କ'ଣ

ସେଦିନ ବି ଜାଣି ନଥିଲି, 

ଯେହେତୁ ବିରହଟା କ'ଣ 

ଆଗରୁ କେବେ ଚାଖି ନଥିଲି। 


ଭାଙ୍ଗିପଡିବାର ମାନେ 

ଆଜି ବି କିଛି ନାହିଁ, 

ଯେହେତୁ ବାସ୍ତବଟା କ'ଣ 

ତୁମଠୁଁ ମୁଁ ଜାଣିଲି। 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy