STORYMIRROR

Prabhati Mahapatra

Tragedy Inspirational

3  

Prabhati Mahapatra

Tragedy Inspirational

ପ୍ରତ୍ୟାବର୍ତ୍ତନ

ପ୍ରତ୍ୟାବର୍ତ୍ତନ

1 min
210


ରାଗ - ଚୋଖି

ଯଶୋଦା ଡାକନ୍ତି କହ୍ନା ଆଉ ନକର ବାହାନା

ନ ଯାଅ ଗୋ ଧନ ମଣି ଘୋର କାନନେ

ବ୍ୟାଘ୍ର ହିଂସ୍ର ବନ୍ୟ ପ୍ରାଣୀ ରକ୍ତାକ୍ତ କରିବେ ଜାଣି

ବାହୁଡି ଆସ ମୋ ବାବା ମାତା ଜୀବନେ

ମୁଖ କୁରୁବିନ୍ଦ ଦେଖାଅ

ମର୍ମାହତେ ମୋର ପ୍ରାଣ ହୁଏ ଅଥୟ ।

ବ୍ରଜପୁର ଘରେ ଘରେ କାହିଁ ନଆସୁ ନଜରେ

ବାଙ୍କ ଚାହାଣି ନପଡେ ମୋ ନେତ୍ରେ ଆଜି

ଗୋପାଳୁଣୀ ଗାଳି ମନ୍ଦ ମନରେ ଉପୁଜେ ଦ୍ଵନ୍ଦ୍ୱ

ଦେଖି ହୃଦ ହାଣି ହୁଏ ନୟନ ଭିଜି

ବାହୁଡିଲେ ପ୍ରଦୋଷ ସୂର୍ଯ୍ୟ

ତୋ ବିନା ଅନ୍ଧାର ଦିଶେ ନାହିଁ ମୋ ଧୈର୍ଯ୍ୟ ।

ଆରେ ମୋର ଗଳା ମାଳି ତୋ ପାଶେ କରେ ମୁଁ ଅଳି

ନନ୍ଦରାଜା ବାହୁଡିଲେ ହୋଇବେ କ୍ରୋଧ

କଣ୍ଠ ମୋର ବାଷ୍ପ ରୁଦ୍ଧ  ଅନ୍ତରେ ଚାଲିଛି ଯୁଦ୍ଧ

ବାହୁଡିଲେ ଧେନୁ ବତ୍ସା ନାହିଁ ତୋ ଶଦ୍ଦ

ପ୍ରତୀକ୍ଷାରେ ଯାଏ ମୋ ପ୍ରାଣ

ଇନ୍ଦୁ ପ୍ରତ୍ୟାବର୍ତ୍ତନେ ଦିବସ ମ୍ଳାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy