ବାହୁଲ୍ୟ ବାରତା
ବାହୁଲ୍ୟ ବାରତା
ବାହୁଲ୍ୟ ବାରତା ବର୍ଣ୍ଣନା କରୁଛ
ବିଷୟ ବଖାଣି ସବୁ
ସତ୍ୟକୁ ସମକ୍ଷେ ସାମନା କରିଛି
ସଙ୍ଗେ ସଙ୍ଗେ ଇକ୍ଷି ସବୁ..... ।
କିବା କରୁଅଛ କଷ୍ଟ ନିବାରଣ
କାରଣ ମୁଁ ଜାଣେ ସବୁ
ତୁମର ତାତ୍ସଲ୍ୟ ତାମସାରେ ମୁହିଁ
ତିଳ ତିଳ କରେ ସବୁ..... ।
ସ୍ୱଳ୍ପ ସ୍ୱଳ୍ପ ସତ କହୁଅଛ କିମ୍ବା
ସତ୍ୟ ଶୁଣିବକି ସବୁ
କାରଣ କାର୍ଯ୍ୟର କଥା ଯେତେ ଅଛି
ଜ୍ଞାତ କରେ ମୁହିଁ ସବୁ..... ।