ହେ ନ୍ୟାୟାଧୀଶ
ହେ ନ୍ୟାୟାଧୀଶ
ଜଗତର ନାଥ ହେ ନ୍ୟାୟାଧୀଶ
ଏକି ବିଚାର ବୁଝେନା ମୁଁ ମୂଢ
ନିଜ ସୃଷ୍ଟି କୁ ନିଜେ ପ୍ରହାର
କି ପାଇଁ ଅଶାନ୍ତ ହେ ପ୍ରଭୁ ମୋର ।
ରୋଗ ଶୋକ ଭୟ ସଂସାରେ ଗ୍ରାସିଛି
ମୃତ୍ୟୁ ର କୂପରେ ମଣିଷ ପଡୁଛି
କାହାରି ମୂଖରେ ହସ ତ ନାହିଁ
ନିଜର ଲୋକଙ୍କୁ ଖୋଜୁଛି କେହି ।
ଅନ୍ଧ ପୁଟୁଳି ବାନ୍ଧିଛ କି ତୁମେ
ବଧିର ସାଜିଛ ହେ ନ୍ୟାୟାଧୀଶ
&nbs
p; ସଂସାରେ ବଢୁଛି ପାପର ଭାର
ମଣିଷ ହେଉଛି ଅଣନିଃଶ୍ବାସ ।
ପାପ ପୂଣ୍ୟର ଲାଗେ ଲଢେ଼ଇ
ପୂଣ୍ୟକୁ ପାପ ତ ଦିଏ ଗଡ଼େଇ
ଶିକ୍ଷା ତ ପାଇଛୁ ପୂଣ୍ୟ କୁ ଧର
ସଳଖ ଜୀବନ ହୋଇବ ତୋର ।
ହେ ନ୍ୟାୟାଧୀଶ ପଟି ତ ଖୋଲ
ପାପ ନିବାରଣ ସଂସାରୁ କର
ଶାନ୍ତ ହୁଅ ପ୍ରଭୁ କରେ ଗୁହାରି
କ୍ଷମା କରିଦିଅ ସନ୍ତାନ ତୋହରି ।