STORYMIRROR

Nihar Ranjan Acharya

Tragedy

3  

Nihar Ranjan Acharya

Tragedy

ପ୍ରତିକ୍ଷା

ପ୍ରତିକ୍ଷା

1 min
204


ନୁହେଁ ମୁଁ କୋଣାର୍କ 

ମୋ' ନିଜର ଅର୍ଦ୍ଧଭଗ୍ନ ଶରୀରକୁ ନେଇ 

ଇତିହାସ ପୃଷ୍ଠାରେ ଝଲସିବି। 

ନୁହେଁ ମୁଁ ଭାରତ ବର୍ଷ 

ମୋ' ଅତୀତ ପୃଷ୍ଠାରୁ 

ବିଛିନ୍ନ ପାକିସ୍ତାନ ଓ 

ବଙ୍ଗଳା ଦେଶର 

ସ୍ମୃତିକୁ ସାଉଁଟୁଥିବି। 

ନୁହେଁ ମୁଁ ସଲିମ୍ 

କି ତୁମେ ଅନାର୍କଲି 

ତୁମ ପାଇଁ ମୁଁ ଜୀବନ୍ତ ସମାଧି ନେବି। 

ମୁଁ ଏକ ସାଧାସିଧା ମଣିଷ 

ଆଶାର ନିବୁଜ ମିନାର ମଧ୍ୟେ 

ଯନ୍ତ୍ରଣାର ଦୀର୍ଘଶ୍ବାସ କ୍ଯାଣ୍ଡେଲ୍ ଜଳାଇ 

ପ୍ରତୀକ୍ଷା କରିଛି 

ତୁମେ ଆସ,

ତୁମେ ଆସ -

ମୋ' ଅନ୍ଧକାର ଜୀବନରେ 

ତୁମ ପ୍ରୀତିର ବର୍ତ୍ତିକା ଜଳାଇ 

ପ୍ରଜ୍ଜ୍ବଳିତ କର 

ମୋର ଅୟୁତ ସ୍ବପ୍ନକୁ। 

  

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy