STORYMIRROR

pranati Mahapatra

Fantasy Inspirational

3  

pranati Mahapatra

Fantasy Inspirational

ହଜେ ନିତି ଅଭାବେ

ହଜେ ନିତି ଅଭାବେ

1 min
249

ଅନନ୍ତ କାଳରୁ ଅଛି ଥିଲା ଅଛି ପୁଣି

ରହିଥିବ ଏହି ଭୋକ,

ସଜୀବର ଜୀବ ଧାରଣ ଧରାରେ

ମେଣ୍ଟିଲେ ମିଳଇ ସୁଖ ।

ଉଦର ଭୋକ ଯେ ଅସମ୍ଭାଳ ଜାଣ

ଖାଇଲେ ମନଟା ତୋଷ,

ଖାଦ୍ୟ ନ ଖାଇଲେ ଶରୀର ନିଶ୍ଚଳ

ଖାଇଲେ ମନ ଖୁସ।

ଭୋକ ଯେ କାହାକୁ କେମିତି ହୁଅଇ

ଏକା ଜାଣେ ସେହି ଜୀବ,

ଦେହର ଭୋକକୁ ମନର ଭୋକ ଯେ

ଖାଇଲେ ତୋଷ ହୋଇବ।

ଅସରନ୍ତି ପରା ଜୀବନ ଆମର

ଯେତେ ହେଲେ ଆଉ ଖୋଜେ,

ଭୋକ ଛାଡେନାହିଁ କାହାରିକୁ ଜମା

ଅଭାବେ ସେ ନିତି ହଜେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy