ହେତୁବାଦୀ
ହେତୁବାଦୀ
ପୁଣ୍ୟ ଧାମ ଭାରତ ବର୍ଷେ
ବେଦ ପୁରାଣ ଯୋଡ଼ା ।
ହିନ୍ଦୁ ଶାସ୍ତ୍ରରେ ଲିଖିତ ତଥ୍ୟ
ସମାଜ ପାଇଁ ଲୋଡା।
ଶାସ୍ତ୍ର ଜ୍ଞାନକୁ ସମ୍ମାନ ଦେଇ
ଜୀବନ ତରୀ ବାହୁ ।
ନିର୍ମଳ ଭାବ ହୁଏ ସମ୍ଭବ
ଜ୍ଞାନ ବିକାଶ ତହୁଁ।
କେଉଁ ଯୁଗରୁ ମାନ୍ୟତା ଅଛି
ଗ୍ରହଣ ପରାଗ କଥା ।
ହେତୁବାଦୀଏ ବିଭ୍ରାଟ କରନ୍ତି
ଶାସ୍ତ୍ରବାଦୀଙ୍କ ଆସ୍ଥା।
ଧିକାର ତୁମ ଜନ୍ମକୁ ନାସ୍ତିକ
ତୁମେ କି ହିନ୍ଦୁ ନୁହଁ।
ଜଗନ୍ନାଥଙ୍କ ପାଞ୍ଜିକୁ ତୁମେ
ଦ୍ବିମତ କାହିଁ କୁହ ।
ମାନୁନ ତୁମେ ଶାସ୍ତ୍ର ପୁରାଣ
ମାନୁନ ଧର୍ମାଧର୍ମ ।
ବିନାଶ କାଳେ ବୁଦ୍ଧି ହିନତା
ସହିବ ନାହିଁ ଧର୍ମ ।
ମାନୁଛୁ ଆମେ ବିଜ୍ଞାନ ଯୁକ୍ତି
ମିଛ ନୁହଁଇ ବୋଲି।
ତଥାପି ଆମେ ଧର୍ମକୁ ମାନୁ
ସତ୍ୟ ନ୍ୟାୟରେ ଚାଲି।
ଉଆଁଶ ଆସେ ପୂନେଇ ଆସେ
ତିଥିରେ ମାସ ଦିବସ।
ହେତୁବାଦୀଙ୍କ କଥା ଶୁଣିଲେ
ଲାଗୁଛି ଉପହାସ।
