STORYMIRROR

Alhadini Panigrahi dash

Tragedy

4  

Alhadini Panigrahi dash

Tragedy

*ହେଇ ନି ପାର୍'ଲି ପରକୁତ୍ କବୀ

*ହେଇ ନି ପାର୍'ଲି ପରକୁତ୍ କବୀ

1 min
224


ସୋର୍ ପଡିଗଲେ ଆଘର୍ କଥା ମୋର୍

    ମନ୍ କେ କର୍'ସନ୍ ଅଥା ବିଥା

ସୁର୍'ତା ଘା' ମାନ୍'କୁ ଯେତେ ଉଖ୍'ରାଲେ

   ଆର୍ ବଢେ ବଢେ ବଢ୍'ସି ବଥା ।


ଛୁଆ ବେଲୁଁ ମୁଇଁ ଲେଖ୍'ଲି କବିତା

  କରି ଯାଉଥିଲି କବିତା ପାଠ୍

ସେଦିନୁ ଆଏଜ୍ ତକ୍ ଶବଦ୍ ମାନେ

   ଦେଇ ତ ଆସୁଛନ୍ ମୋର୍ ସାଥ୍ ।


ନୀଳନାନୀର୍ ପୋଷ୍ଟ ବସନ୍ତ ଉତ୍ସବ୍ ଦେଖି

   ଉଭ୍'ରି ଆଏଲା ଆଘର୍ ବଥା

ଏସ୍: ଏସ୍: କେ ସମାଜ୍ ତରଭା ତରଫୁ 

   ବସନ୍ତ ମିଳନ୍ ଆସର୍ କଥା ।


ବାଳକ ହାଇସ୍କୁଲ୍ ଠାନେ ହେଇଥିଲା

  ଯାଇଥିଲି ମୁଇଁ କବିତା ପଢି

କବିତା ଶୁନିକରି ଆଜ୍ଞା ମାନକର୍ ମୁହୁଁ

  ପ୍ରଶଂସା ଆଶିଷ୍ ପଡ୍'ଲା ଝରି ।


ସେଦିନ ସେଠାନେ ଗୁରୁ ଆଜ୍ଞା ମାନେ 

  କହିଥିଲେ ଦିନେ କବୀ ଟେ ହେବୁ 

ଗାଆଁ ,ମାଆର୍ ମୁହୁଁ ଉଜଲ୍ କରି ତୁଇ

  ସାହିତ୍ୟ ଜଗତେ ନାଁ କରବୁ ।


  ତାକର୍ କଥା କେଭେ  ମନୁଁ ନାଇଁ ଭୁଲି 

   ଲେଖୁଛେ ଲେଖମି କଥା କେ ମାନି

  ନାଇଁ ଭୁଲି ତରଭା ମୋର୍ ମାଆ ବଲି

    ଖୁଜୁଥିସି ତାର୍ ପନତ୍ କାନୀ ।


ସାଧନା ସେଦିନୁ ଜାରି ରଖି ଅଛେ

  କଲମ୍ କେଭେ ନାଇଁ ହେଇ ଅଥା

ଦୁଖେ ହେଉ କି ସୁଖେ ବି ହେଉ ସେ 

  କହୁଥିସି ମୋର୍ ମନର୍ କଥା ।


ତଥାପି ମନ୍ ଟା ହେସି ଘାଁଟି, ଗୁଲି 

  ମୋର୍ ନିପାର୍'ଲା ଅବସ୍ଥା ଭାବି

ବଏସ୍ ନଦୀର୍ ମଝି ଆସିଗଲା ପଛେ

ହେଇ ନି ପାର୍'ଲି ପର୍'କୁତ୍ କବୀ ।


ଆର୍ ଘାଏଁ ସେଦିନ୍ ଫିରତା କାଏଁ ବୋଲି

   ମନ୍ କେ ମନ୍ ହୁର୍'ଗୁନୀ ହେସିଁ

ତରଭା ମାଆ ର୍ କୁଲେ ଘାଏଁ ବସିକରି

  କବିତା ପଢି ,ଶୁନି ହେତି ଗୋ ଖୁସି ।



Rate this content
Log in

Similar oriya poem from Tragedy