*ହେଇ ନି ପାର୍'ଲି ପରକୁତ୍ କବୀ
*ହେଇ ନି ପାର୍'ଲି ପରକୁତ୍ କବୀ
ସୋର୍ ପଡିଗଲେ ଆଘର୍ କଥା ମୋର୍
ମନ୍ କେ କର୍'ସନ୍ ଅଥା ବିଥା
ସୁର୍'ତା ଘା' ମାନ୍'କୁ ଯେତେ ଉଖ୍'ରାଲେ
ଆର୍ ବଢେ ବଢେ ବଢ୍'ସି ବଥା ।
ଛୁଆ ବେଲୁଁ ମୁଇଁ ଲେଖ୍'ଲି କବିତା
କରି ଯାଉଥିଲି କବିତା ପାଠ୍
ସେଦିନୁ ଆଏଜ୍ ତକ୍ ଶବଦ୍ ମାନେ
ଦେଇ ତ ଆସୁଛନ୍ ମୋର୍ ସାଥ୍ ।
ନୀଳନାନୀର୍ ପୋଷ୍ଟ ବସନ୍ତ ଉତ୍ସବ୍ ଦେଖି
ଉଭ୍'ରି ଆଏଲା ଆଘର୍ ବଥା
ଏସ୍: ଏସ୍: କେ ସମାଜ୍ ତରଭା ତରଫୁ
ବସନ୍ତ ମିଳନ୍ ଆସର୍ କଥା ।
ବାଳକ ହାଇସ୍କୁଲ୍ ଠାନେ ହେଇଥିଲା
ଯାଇଥିଲି ମୁଇଁ କବିତା ପଢି
କବିତା ଶୁନିକରି ଆଜ୍ଞା ମାନକର୍ ମୁହୁଁ
ପ୍ରଶଂସା ଆଶିଷ୍ ପଡ୍'ଲା ଝରି ।
ସେଦିନ ସେଠାନେ ଗୁରୁ ଆଜ୍ଞା ମାନେ
କହିଥିଲେ ଦିନେ କବୀ ଟେ ହେବୁ
ଗାଆଁ ,ମାଆର୍ ମୁହୁଁ ଉଜଲ୍ କରି ତୁଇ
ସାହିତ୍ୟ ଜଗତେ ନାଁ କରବୁ ।
ତାକର୍ କଥା କେଭେ ମନୁଁ ନାଇଁ ଭୁଲି
ଲେଖୁଛେ ଲେଖମି କଥା କେ ମାନି
ନାଇଁ ଭୁଲି ତରଭା ମୋର୍ ମାଆ ବଲି
ଖୁଜୁଥିସି ତାର୍ ପନତ୍ କାନୀ ।
ସାଧନା ସେଦିନୁ ଜାରି ରଖି ଅଛେ
କଲମ୍ କେଭେ ନାଇଁ ହେଇ ଅଥା
ଦୁଖେ ହେଉ କି ସୁଖେ ବି ହେଉ ସେ
କହୁଥିସି ମୋର୍ ମନର୍ କଥା ।
ତଥାପି ମନ୍ ଟା ହେସି ଘାଁଟି, ଗୁଲି
ମୋର୍ ନିପାର୍'ଲା ଅବସ୍ଥା ଭାବି
ବଏସ୍ ନଦୀର୍ ମଝି ଆସିଗଲା ପଛେ
ହେଇ ନି ପାର୍'ଲି ପର୍'କୁତ୍ କବୀ ।
ଆର୍ ଘାଏଁ ସେଦିନ୍ ଫିରତା କାଏଁ ବୋଲି
ମନ୍ କେ ମନ୍ ହୁର୍'ଗୁନୀ ହେସିଁ
ତରଭା ମାଆ ର୍ କୁଲେ ଘାଏଁ ବସିକରି
କବିତା ପଢି ,ଶୁନି ହେତି ଗୋ ଖୁସି ।
