ହେ ଶୀତ ତୁମେ
ହେ ଶୀତ ତୁମେ
ହେ ଶୀତ ତୁମେ କେଡ଼େ ସୁନ୍ଦର
କେଡେ ସୁଶୀତଳ କେଡେ ସୁମଧୁର
ତୁମର ସେ ମନ ମତାଣିଆ ସମୀର
ହେ ଶୀତ ତୁମେ ----- ।
ଗିରି ଗହ୍ଵରରେ ବନ କାନନେ
ପଡ଼ିଥାଏ ଯେଉଁ କାକର
କେଡେ ମନୋହର
କେତେ ମନ ମୁଗ୍ଧକର
ବନ କାନନ ଯେ ସୁମନରେ ଭରେ
ସେ ସୁମନର ସୁବାସକୁ
ଆନନ୍ଦେ ଆଘ୍ରାଣ କରଇ ଭ୍ରମର
ହେ ଶୀତ ତୁମେ କେଡ଼େ ସୁନ୍ଦର ।
ସକାଳ ସନ୍ଧ୍ୟାରେ
ପଲ୍ଲୀ ପୁର ସବୁରେ
ଭରିଯାଏ କୁହୁଡି କାକର
ଫଳ ପନି-ପରିବାର ଆସର ଜମଇ
ସବୁଠି ହାଟ ଓ ବଜାର
ଘନ କୁହୁଡିରେ ମନ ଉଲ୍ଲାସରେ
ତନୁ ମନ ସବୁ ଭିଜିଯାଏ ପ୍ରେମେ
ପ୍ରେମୀ ଯୁଗଳଙ୍କ
ଜମି ଯାଏ ପ୍ରେମ ଆସର
ହେ ଶୀତ ତୁମେ କେଡ଼େ ସୁନ୍ଦର ।
ଭ୍ରମଣର ଋତୁ
ଏ ପରା ଅଟଇ ତୁମର
ପ୍ରେମୀ ଯୁଗଳ ଙ୍କ ଅଟେ
ପ୍ରେମ ଋତୁ ଏ ତ
ଭ୍ରମନ୍ତି ପ୍ରାୟ ସେ ନିଜକୁ ସଜାଇ
ପ୍ରେମ ପ୍ରଜାପତି ଅବା ଭ୍ରମର
ଏ ସ୍ଥାନୁ ସେ ସ୍ଥାନ
ଭ୍ରମନ୍ତି ବନ ଉପବନ
ଋତୁ ଅଟେ ମହା ମିଳନର
ହେ ଶୀତ ତୁମେ କେଡେ ସୁନ୍ଦର ।