STORYMIRROR

rasmi maye pati

Romance

3  

rasmi maye pati

Romance

ହେ ଫଗୁଣ ତୁମେ

ହେ ଫଗୁଣ ତୁମେ

1 min
219


ବହୁ ପ୍ରତିକ୍ଷୀତ ଶୀତ ର ଅନ୍ତ ରେ

  ଆସିଲା ଫଗୁଣ ଧୀରେ

ତନୁ ରେ ମନ ରେ ଖେଳେ ଶିହରଣ

  ପ୍ରୀତି ଭରେ ହୃଦୟ ରେ।।।।

ତରୁ ପଲ୍ଲବ ରେ ପ୍ରେମ ଜାଗରଣ

  ହେଲେ ସବୁ ପଲ୍ଲବିତ

ପ୍ରଣୟ ରଙ୍ଗ ରେ ହେଲେ ରଙ୍ଗାୟିତ

  ଚୁମ୍ବନେ ମଳୟ ସ୍ପର୍ଶ।।।।

ମାଧୁର୍ଯ୍ୟ ସୁଗନ୍ଧେ ଭରପୁର ପୁଷ୍ପ

    ଭିଡ଼ ଲାଗେ ମଧୁପ ଙ୍କ 

ସୁରଭି ବାଣ୍ଟିଲା ଗଳି କନ୍ଦି ଦାଣ୍ଡେ

  ସର୍ବେ ହେଲେ ପ୍ରୀତି ସିକ୍ତ।।।

ଅବିର କହିଲା ମୁଁହି ବି ଖେଳିବି 

  ପ୍ରେମ ର ରଙ୍ଗରେ ହୋଲି

ରାଧା କୃଷ୍ଣ ଦିନେ ଗୋପୀ ଗଣ ସଙ୍ଗେ

  କେତେ ରଙ୍ଗ ବୋଳା ବୋଳି ।।।

ଶବ୍ଦ ଫରୁଆ ରୁ ଗୁଞ୍ଜରିତ ଶବ୍ଦ

 ଉଡ଼ିଲେ ମଳୟ ସୂରେ

ଲେଖନୀ ମୁନ ରେ ଆଙ୍କି ହୋଇ ଗଲେ

  ପ୍ରେମଗୀତି ରଚି ଗଲେ।।।

ଗୋଟା ପଣେ ପିକ ଭିଜିଲା ପ୍ରେମ ରେ

  ଧରିଲା ପଞ୍ଚମ ତାନ

ବୃକ୍ଷ ଶାଖା କରି ଏକାନ୍ତ ନିଜର

  ଛାଡ଼ୁ ଥିଲା ଶବ୍ଦ ବାଣ।।।

ଉଡ଼ିଲା ମଳୟ ପ୍ରେମ ଚିଠି ଧରି

  ବାଣ୍ଟିଥିଲା ଘରେ ଘରେ

ସବୁରି ପରାଣ ହେଲା ପୁଲକିତ

  ଋତୁରାଜ ବସନ୍ତ ରେ।।।।

ଏମିତି ଆସୁଥା ହେ ଫଗୁଣ ତୁମେ

  ପ୍ରେମ ଋତୁ ଏକ ନେଇ

ଦୁଃଖ ଯନ୍ତ୍ରଣା କୁ ମନ ରୁ ପୋଛିବୁ

 ପ୍ରଣୟେ ଦେବୁ ଭିଜାଇ।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance