STORYMIRROR

Keshab Chandra Dash

Abstract Fantasy

4  

Keshab Chandra Dash

Abstract Fantasy

ହେ ମୌସୁମୀ

ହେ ମୌସୁମୀ

1 min
409

ମୌସୁମୀ ତୁମେ ଆସିଛ

ବହୁ ଦିନ ପରେ

ଦେହ, ମନ, ପ୍ରାଣ ସବୁ ଦେଇଛ ଭିଜେଇ

ମୌସୁମୀ ତୁମେ ଆସିଛ

ଶିତଳତାର କୋମଳ ସ୍ୱର୍ଶ ନେଇ ।


ମୌସୁମୀ ତୁମେ ଆସିଛ

ବହୁ ଦିନ ପରେ

ଅନାଇ ଅନାଇ ତୁମ ଆସିବା ବାଟକୁ

ଆଖି ପାଣି ଆଖିରେ ଯାଇଛି ଯେ ମରି

ମୌସୁମୀ ତୁମେ ଆସିଛ

ଆନନ୍ଦର ଅଶ୍ରୁ ଆଣିଅଛ ନେଇ।


ମୌସୁମୀ ତୁମେ ଆସିଛ

ବହୁ ଦିନ ପରେ

ଧରଣୀ ରାଣୀ ଆଜି ହୋଇଛି ଉଲ୍ଲସିତ

ପ୍ରତୀକ୍ଷାର ଫଳ ତ ସବୁବେଳେ ମିଠା

ମୌସୁମୀ ତୁମେ ଆସିଛ

ସେ ଉକ୍ତିର ପ୍ରାମଣିକତାକୁ ସଙ୍ଗେ ନେଇ ।।


Rate this content
Log in

Similar oriya poem from Abstract