STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ହେ ମା ଦଶଭୁଜା

ହେ ମା ଦଶଭୁଜା

1 min
165


ଦୁଃଖ ନାଶିନୀ  ମା ଶିବାନୀ

ଶୁଣିବୁ ଥରେ ଲୋ ଦୁଃଖ କାହାଣୀ (ଘୋଷା)

ଏ ଆଖିରୁ ଶୁଖି ନାହିଁ   ଲୋତକ ପାଣି

ନିତି ଓଠ ପିଉ ଥାଏ   ତୋ ନାମ ଗୁଣି

ତୁହି ଏକା ସାହା     ଏଇ ଜଗତେ

ତୋତେ ଚାହିଁଛି ଲୋ  ଏଇ ଦୁଃଖିନୀ

ଦୁଃଖ ନାଶିନୀ ........

କେତେ ଆଶାରେ ମୁଁ  ଗଢିଲି ଘର

ସେ ଘର ଥିଲା ମୋ   ଅତ ନିଜର

ଶୁଆ ଶାରୀ ପରି    ଦୁଇଟି ପକ୍ଷୀ

ସ୍ନେହ ପ୍ରେମେ ଥିଲେ  ଅତ୍ୟନ୍ତ ସୁଖି

କାହାର ନଜର      କଲା ନାରଖାର

ଅଲଗା ହୋଇଲେ    ଦୁଇଟି ପ୍ରାଣୀ ।

ଦୁଃଖ ନାଶିନୀ ........

ଯେତେ ଦେବତାଙ୍କୁ   ଡାକିଲି ମୁହିଁ

ସଭିଏଁ ନେଲେ ଲୋ  ମୁହଁ ଫେରାଇ

ମନ ମାରି ଥିଲି     ଯେତେକ ଦିନ

ବିଷାଦ ବଦନେ     କାତର ମନ

ସପନେ ଆସିଲୁ     ଦୁଶ୍ଚିନ୍ତା ହରିଲୁ

ଲିଭିଲା ମୋର ଲୋ  ଆଖିରୁ ପାଣି ।

ଦୁଃଖ ନାଶିନୀ ......

ଧୀରେ ଜଳିଲା ମୋ   ଆଶା ପ୍ରଦୀପ

ହୃଦୟରୁ ଲିଭେ      ଦୁଃଖ ସନ୍ତାପ

ସେହି ଦିବସରୁ      ତୋ ନାମ ଧରି

ଦୁଃଖ ଦରିଆ ମୁଁ     ହେଉଛି ପାରି

ଛାଇ ପରି ତୋତେ    ପାଇଛି ମୁହିଁ

ଅମା ରାତେ ଯେହ୍ନେ   ଜ୍ୟୋତ୍ସ୍ନା ବର୍ଷଇ

ଜାଗିଲା ଶକତି      ଦୂରେଇଲା ଭୀତି

ସାଥୀ ହେଲା ମୋର   ହାତ ଲେଖନୀ

ଦୁଃଖ ନାଶିନୀ ମା ଶିବାନୀ

ଶୁଣିବୁ ଥରେ ଲୋ ଦୁଃଖ କାହାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy