Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Kantha

Abstract

3  

Sunanda Kantha

Abstract

ହେ କଳା ମୂରତି

ହେ କଳା ମୂରତି

1 min
167


ହେ କଳା ମୂରତି

ତୁମ୍ଭ ପାଦ ପଦ୍ମ ତଳେ କୋଟି ପ୍ରଣତି l

ଲଗେଇବି ନୈବେଦ୍ୟ ମୋ କର୍ମ ଫଳ

ଧୋଇଦେବ ପାଦ ତୁମ୍ଭ ମୋ ଆଖି ଜଳ l

ସଜେଇ ଦେବି ତୁମ୍ଭଙ୍କୁ ଦେଇ ଭକ୍ତି ପୁଷ୍ପ

ମନ ମୋର ନିରନ୍ତର ଥାଉ ତୁମ୍ଭ ପାଶ l

ଯାଏ ସବୁ ଦୁଃଖ ଭୁଲି ତୁମ୍ଭ ମୁଖ ଚାହିଁ

ତୁମ୍ଭ ପରି ବନ୍ଧୁ ଆଉ ମୋର କେହି ନାହିଁ l

ତୁମ୍ଭ ପାଖେ ଆଖି ଲୁହ ଯାଏ ମୋର ଝରି

ଆଉ କେହି ନ ଜାଣନ୍ତି ହେ ବିଶ୍ବବିହାରୀ l

ଅନ୍ତର ବେଦନା ମୋର ତୁମ୍ଭେ ପାର ଜାଣି

ତେଣୁ ତବ ନିକଟରେ କରେ ମୁଁ ଗୁହାରୀ l

କେତେ ଆଉ ମୋ ପରୀକ୍ଷା ନେବ ହେ ମଣିମା

ଧର୍ଯ୍ୟ ଓ ସାହସ ମୋର ହେଇଯାଏ ଚୁନା l

କଳା ବଦନ କୁ ଦେଖି ଯାଏ ସବୁ ଭୁଲି

ସୂପଥ ଗାମୀ କରାଓ ଯିବି ବାଟ ଚାଲି l

ତୁମ ନାମ ତୁଣ୍ଡେ ଧରି ଭବୁ ହେବି ପାରି

ମୋ ଜୀବନ ନୌକାର ତୁମେ ତ ନାଉରୀ l



Rate this content
Log in

Similar oriya poem from Abstract