STORYMIRROR

Ch Loknath Reddy

Drama Classics Inspirational

3  

Ch Loknath Reddy

Drama Classics Inspirational

ହେ କାଳିଆ !

ହେ କାଳିଆ !

1 min
155


"ଯାଇ ମୁଁ ପାରୁନି ନୀଳ କନ୍ଦରକୁ, କାଳିଆ ତୋ' ଯାତ ଦେଖି,

ଭଙ୍ଗା କୁଡ଼ିଆରୁ କରୁଛି ପ୍ରଣତି, ଘେନିବୁ ହେ' ଚକାଆଖି।


ଅତି ମନୋହର ହେ' କଳା ଠାକୁର, ତୋହର ସେ' ରଥଯାତ,

ଚାରିକୋଣୁ ତୋ'ର ଯାତ ଦେଖିବାକୁ, ଶ୍ରୀକ୍ଷେତ୍ର ଆସନ୍ତି ଭକ୍ତ।


ବାଜେ କରତାଳି ଶୁଭେ ହୁଳହୁଳି , ତୋତେ ଚାହିଁ କଳାମତି,

ଯାଇ ମୁଁ ପାରୁନି ନୀଳ କନ୍ଦରକୁ, କାଳିଆ ତୋ' ଯାତ ଦେଖି।


ଭକତ ବତ୍ସଳ କାଳିଆ ଠାକୁର, ଅନନ୍ତ ତୋହରି ଲୀଳା,

ଦୀନବନ୍ଧୁ ତୁହି ଦୟାର ସାଗର, ଆହେ ପ୍ରଭୁ ଚକାଡୋଳା !


ଭାଇ ଭଗ୍ନୀ ସାଥେ ବିଜେ କରୁ ତୁହି ,ତୋ'ର ନିଜ ରଥ-ପରେ,

ନାନା ବର୍ଣ୍ଣେ ଶୋଭା ତୋ' ପୂର୍ଣ୍ଣ ତନୁଟି , କୁସୁମ ବାସରେ ଝରେ,


କେତେ କେତେ ଭକ୍ତ ଟାଣନ୍ତି ତୋ' ରଥ, ମୁଁ କିନ୍ତୁ ବଞ୍ଚିତେ ଦୁଃଖୀ,

ଭଙ୍ଗା କୁଡ଼ିଆରୁ କରୁଛି ପ୍ରଣତି, ଘେନିବୁ ହେ' ଚକାଆଖି।


କେତେ ଜନମର ପୁଣ୍ୟଧର୍ମ ବଳେ,ହେଉଥାଏ ତୋ' ଦର୍ଶନ,

ବାରମାସ ତେର ପରବ ମଧ୍ୟରେ, ରଥଯାତ୍ରା ହିଁ ମହାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama