ହେ ଦେଶକାଳଜ୍ଞ!
ହେ ଦେଶକାଳଜ୍ଞ!
ହେ ଦେଶକାଳଜ୍ଞ
ମାଟି ମର୍ମଜ୍ଞ
ଯନ୍ତ୍ରଣା ନିଆଁରେ ମାଆ ମର୍ମାହତ
ସ୍ବାର୍ଥର ସାରଥି
ଏବେ ଭୂମିଶ୍ରେଷ୍ଠ ସୂତ
ମାଡି ବସିଛି ଏବେ ବସୁଧାକୁ
ଅନ୍ଯାୟ ଅତ୍ଯାଚାର ଭ୍ରଷ୍ଟାଚାର ପିସାଚ
ଆଉ ବାସନାର ଭୂତ।
ହଜାର ହଜାର କ୍ଷତ
ନାରୀ ଗରିମାରେ,ନର ଆକାଂକ୍ଷାରେ
ସଂସ୍କୃତି ଛାତିର,ସଂସ୍କାର ପିଠିରେ
ଦି ଅର୍ଥ ବୋଧକ ଭାଷା ବ୍ଯଞ୍ଜନର
ହେ ଦେଶକାଳଜ୍ଞ
ଉଜ୍ଜୀବୀତ କର ତୁମ ଆତ୍ମା ପୂତ
ସମୟ କରୁଛି ବିନତି ବିକଳେ
ଯୋଡି ନିଜର ହାତ।
