STORYMIRROR

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Action

2  

ସୁରେନ୍ଦ୍ର ନାଥ ସାହୁ ରିକ୍ସାବାଲା

Action

ହେ ଦେଶକାଳଜ୍ଞ!

ହେ ଦେଶକାଳଜ୍ଞ!

1 min
125

ହେ ଦେଶକାଳଜ୍ଞ

ମାଟି ମର୍ମଜ୍ଞ

ଯନ୍ତ୍ରଣା ନିଆଁରେ ମାଆ ମର୍ମାହତ

ସ୍ବାର୍ଥର ସାରଥି

ଏବେ ଭୂମିଶ୍ରେଷ୍ଠ ସୂତ

ମାଡି ବସିଛି ଏବେ ବସୁଧାକୁ

ଅନ୍ଯାୟ ଅତ୍ଯାଚାର ଭ୍ରଷ୍ଟାଚାର ପିସାଚ

ଆଉ ବାସନାର ଭୂତ।

ହଜାର ହଜାର କ୍ଷତ

ନାରୀ ଗରିମାରେ,ନର ଆକାଂକ୍ଷାରେ

ସଂସ୍କୃତି ଛାତିର,ସଂସ୍କାର ପିଠିରେ

ଦି ଅର୍ଥ ବୋଧକ ଭାଷା ବ୍ଯଞ୍ଜନର

ହେ ଦେଶକାଳଜ୍ଞ

ଉଜ୍ଜୀବୀତ କର ତୁମ ଆତ୍ମା ପୂତ

ସମୟ କରୁଛି ବିନତି ବିକଳେ

ଯୋଡି ନିଜର ହାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action