ହେ ଚକାନୟନ
ହେ ଚକାନୟନ
ତବ କୃପା ଯୋଗୁଁ
ପାଇ ଅଛି ପ୍ରଭୁ ମନୁଷ୍ୟ ଜୀବନ ମୁହିଁ
ତବ କୃପା ଯୋଗୁଁ
ଧ୍ୟାନ ରଖି ଅଛି କର୍ତ୍ତବ୍ୟ ପଥରେ ତହିଁ l
ତବ କୃପା ଯୋଗୁଁ
କରୁ ଅଛି କର୍ମ ମାନବ କଲ୍ୟାଣ ଯହିଁ
ତବ କୃପା ଯୋଗୁଁ
କାର୍ଯ୍ୟ ମୁଁ କରୁଛି ରାଷ୍ଟ୍ରର ନିର୍ମାଣ ତହିଁ l
ତବ କୃପା ଯୋଗୁଁ
ରଖି ଅଛି ଭାବ ଗୃହସ୍ଥା ଧର୍ମରେ ମୁହିଁ
ତବ କୃପା ଯୋଗୁଁ
ରଖି ଅଛି ଭକ୍ତି ତବ ଶ୍ରୀଚରଣ ଚାହିଁ l
ତବ କୃପା ଯୋଗୁଁ
ହୁଏ କେତେ ଆମ ରାଷ୍ଟ୍ର ଆଜି ଶକ୍ତିଶାଳୀ
ତବ କୃପା ଯୋଗୁଁ
ଦେଉଅଛି ଦେଶ ଶାନ୍ତିମନ୍ତ୍ର ବିଶ୍ବେବୋଳି l
ତବ କୃପା ଯୋଗୁଁ
ଗଛ ପତ୍ର ଲତା ସବୁ ପଲ୍ଲବୀ ଉଠ
ୁଛି
ତବ କୃପା ଯୋଗୁଁ
ପୁଷ୍ପ ବୃକ୍ଷ ଫୁଲ ବାସ୍ନା ସଞ୍ଚାର କରୁଛି l
ତବ କୃପା ଯୋଗୁଁ
ଦେଖ ଚାଷୀ ଚାଷ କାର୍ଯ୍ୟ ଖୁସିରେ କରୁଛି
ତବ କୃପା ଯୋଗୁଁ
ଜନଜନଙ୍କରେ ଚାଷୀ ପେଟ ଭରୁଅଛି l
ତବ କୃପା ଯୋଗୁଁ
ସାଜିଛି ଭାରତ ନୂଆ ଗର୍ବିତ କରୁଛି
ତବ କୃପା ଯୋଗୁଁ
ରାଷ୍ଟ୍ରରେ ଆସିଛି ଅମୃତ କାଳ ଦିଶୁଛି l
ତବ କୃପା ଯୋଗୁଁ
ଅନାଦି ଅନନ୍ତ ଦାରୁବ୍ରହ୍ମ ପରା ରୂପ
ତବ କୃପା ଯୋଗୁଁ
ପୁରୀ ଧାମେ ତୁହି କାଳିଆ ସ୍ବରୂପ l
ତବ କୃପା ଯୋଗୁଁ
ପରା ଅସମ୍ଭବ ସାରା ହୁଅଇ ସମ୍ଭବ
ତବ କୃପା ଯୋଗୁଁ
ଦେଶରେ ମିଳୁଛି ମାନ ସମ୍ମାନବୈଭବ ll