Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ହେ ଭଵ ନାଉରୀ

ହେ ଭଵ ନାଉରୀ

1 min
158



ମାନନୀୟ ଜଗନ୍ନାଥେ ପ୍ରଣାମ ଘେନିବ l

ଚେଇଁ ଶୋଇଅଛ ପ୍ରଭୁ କିଏ ଉଠାଇବ ll

ମାନବ ଦାନଵ କର୍ମ ଗଲା ସୀମା ବଳି l

କିଛିଦିନ ତଳେ ତୁମ ଭାଙ୍ଗିଥିଲା ଚୁଲି ll

ଆଜିର ଖବର ସିଂହଦ୍ୱାରେ ହତ୍ୟାକାଣ୍ଡ l

ସମ୍ବାଦଟି ପଢ଼ି ମୋର ଘୁରି ଯାଏ ମୁଣ୍ଡ ll

ଛାତିପିଟି କହୁଥାଉଁ ଆମେ ରେ ଓଡ଼ିଆ l

ଶ୍ରୀଜଗନ୍ନାଥ ସଂସ୍କୃତି ମୋହର ବଢ଼ିଆ ll

ଉତ୍କଳର ନେତା ନିଜେ ସ୍ୱୟଂ ନାରାୟଣ l

ଉତ୍କଳୀର ପରିଚୟ ଉତ୍କଳୀର ପ୍ରାଣ ll

ଗରବେ କହୁ ଆମର ଜଗନ୍ନାଥ ଦେଶ l

ଜଗନ୍ନାଥ ନାମ ଶୁଣି ବନ୍ଧୁଗଣ ତୋଷ ll

ମହାନ ସଂସ୍କୃତି ଆମେ ଗଲୁକିରେ ଭୁଲି l

ମହାପ୍ରଭୁଙ୍କ ଶ୍ରୀମୁଖେ ଦେଲୁ ଚୂନ କାଳି ll

ଦେଖୁଥା ଦେଖୁଥା ରହି କାଳିଆ ସାଆନ୍ତ l

ପାପ ମଧ୍ୟେ ପରମାଦ ଏହି ଘୃଣ୍ୟ କୃତ୍ୟ ll

ଏତିକି ଗୁହାରୀ ନାଥେ କ୍ଷମା ମୟ ହରି l

ସଦବୁଦ୍ଧି ଦିଅ ନରେ ହେ ଭଵ ନାଉରୀ ll


Rate this content
Log in

Similar oriya poem from Classics