Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pt. Nityananda Khamari

Tragedy Inspirational

3  

Pt. Nityananda Khamari

Tragedy Inspirational

ହେ ଆନନ୍ଦମୟ!(ଭାଗ -୪)

ହେ ଆନନ୍ଦମୟ!(ଭାଗ -୪)

1 min
287


ତୁମର ଆଦେଶେ ଗ୍ରହ ଚନ୍ଦ୍ର ତାରା

  ହୋଇଥାନ୍ତି ଆତଯାତ

ସୁନ୍ଦର ଶୋଭାରେ ଆନନ୍ଦ ହୁଅଇ

  ଆମର ସାରା ଜଗତ ll୨୩ll


ମନରେ ଉଲ୍ଲାସ  ଆହେ ଜଗଦିଶ 

  ତୁମର ଆଶିଷ ଝରେ

ନୀଳ ଆକାଶର  ନିର୍ମଳ ଗଗନ

  ବର୍ଷନ୍ତି ବରଷା ଧାରେ ll୨୪ll


ନୀଳ ବଉଦର  ମେଘମାଳା ଗାଏ

  ମଧୁର ଗୀତ ତୁମର

ବିଜୁଳି ନାଚଇ  ମନର ହରଷେ

  ବାଜଇ ତାର ନୁପୁର ll୨୫ll


ବରଷା ରାଣୀର ମଧୁର ସଙ୍ଗୀତ

  ବୈକୁଣ୍ଠ ରାଜାଙ୍କୁ ମୋହେ

ଶୀତଳ ସମୀର ଆଣିକି ବାରତା

  ସଭିଙ୍କ କାନରେ କୁହେ ll୨୬ll


ଅମୃତ ବେଳାର ଶୁଭ ଲଗନରେ

  କୋଇଲି ବୀଣା ବଜାଏ

ମଳୟ ପବନ ଧୀରେ ଧୀରେ ବହି

  ଶୀତଳ ସମୀର ଦିଏ ll୨୭ll


ପବିତ୍ର ଧରାରେ ସୁନ୍ଦର ଯୋଜନା

   ହୋଇଅଛି ଦେଖ ଭାଇ

ଧନ୍ୟ ଏ ଜୀବନ ଦେଖୁଛି ନୟନେ

  ମନଲୋଭା ଦୃଶ୍ୟ ପାଇ ll୨୮ll


ତୁମେ ନାରାୟଣ ସକଳ କାରଣ

  ଗତି ଓ ମୁକ୍ତିର ଦାତା

ସକଳ ଜନଙ୍କୁ  ସୁଖ ଦେବା ପାଇ

  ସାଜିଛ ଭାଗ୍ୟ ବିଧାତା ll୨୯ll


ଅମର ପଦକୁ ତ୍ୟାଗ କରି ତୁମ୍ଭେ

  ଭକତ ସାଥିରେ ବିଜେ

ଦୁଃଖ ଶୋକ ହର ଏ ସାରା ଜଗତେ 

   ବିଜୟ ଡଙ୍କା ବାଜେ ll୩୦ll


ମାନବୀୟ ଲୀଳା ଅବନୀ କୋଳରେ

   ହେଉଅଛି ମୁଖରିତ

ଭକ୍ତ ଭଗବାନ  ସମ୍ପର୍କ ପାଇଁ କି 

   ହସୁଛି ସାରା ଜଗତ ll୩୧ll



Rate this content
Log in

Similar oriya poem from Tragedy