STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ହେ ଆକାଶ ତୁମେ

ହେ ଆକାଶ ତୁମେ

1 min
252


ହେ ଆକାଶ ତୁମେ! ବିଶାଳ ଶରୀର

ବିଶାଳ ପ୍ରସସ୍ଥ ତୁମ ବିସ୍ତୃତ ଶରୀର 

ନାହିଁ ଆରମ୍ଭ ନାହିଁ ତୁମ ଶେଷାନ୍ତର

ଶୂନ୍ୟ ମହାଶୂନ୍ୟର ତୁମେ ଯେ ଆଧାର

ଖସିପଡେ ନାହିଁ ତୁମ ବିରାଟ ଶରୀର ।।


ହେ ଆକାଶ ତୁମେ! ବିସ୍ତୃତ ପରିବ୍ୟାପ୍ତ

ତୁମେ ବିଶ୍ଵାସର ଆକାର ପରି ପରିବ୍ୟାପ୍ତ

ମନ ପରି ସବୁବେଳେ ତୁମେ ବିସ୍ତୃତ 

ବର୍ଷାର ଜଳ ପରି ନିର୍ମଳ ପରିତୃପ୍ତ

ଋତୁ ନେଇ ତୁମ ଚେହେରା ପ୍ରସ୍ତୁତ।।


ହେ ଆକାଶ ତୁମେ! ଭିନ୍ନ ଅବତାର

ବର୍ଷାରେ ରୁପ ତୁମ ଅଭିନ୍ନ ପ୍ରକାରର

ଋତୁରାଜ ବସନ୍ତେ ନିର୍ମଳ ଚେହେରା ତୁମର

ଗ୍ରୀଷ୍ମଋତୁ ଚେହେରା ଟା ଭାରି ଭୟଙ୍କର

ପ୍ରକମ୍ପିତ ବିଜୁଳିର ଗର୍ଜନେ ଧରାହୁଏ ଥରହର।।


ହେ ଆକାଶ ତୁମେ! ଦରଦ ପସରା

କବିର ଭାବନା ରେ ବଣ୍ଣିତ ତୁମର ଚେହେରା

ସୂର୍ଯ୍ୟ ଚନ୍ଦ୍ରଙ୍କ ଆତଯାତ ତୁମ ସାଥେ ଯୋଡ଼ା

ସୁନ୍ଦର ଚେହେରେ କେତେ ଦରଦ ପସରା

ଶିଶୁଟିଏ ବୁଝିଯାଏ ଦେଖି ତା ଅଝଟ ପଣିଆ।।


ହେ ଆକାଶ ତୁମେ! ଅଶୁମାରୀ ଭାବନା ସବୁରି

ଆକାଶେ ଥାଏ ଅଶୁମାରୀ ଆଶାର ଲହରୀ

କଳାହାଣ୍ଡିଆ ମେଘ ଦେଖି ନୃତ୍ୟ କରେ ମୟୁରୀ

କବି ଲେଖେ କବିତା ଭାବନା ବିସ୍ତାରି

ଆକାଶ ତ ନିରାକାର ପ୍ରିୟ ଅଟେ ସବୁରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance