ହାତଗଣ୍ଠି
ହାତଗଣ୍ଠି
ତୁ ଗାଁ ର ଝାଟି ମାଟି ରେ ବଢ଼ିଥିବା ପୁଅ
ଆଉ,ମୁଁ ସହର ର ଚାକଚକ୍ୟ ରେ ବଢ଼ିଥିବା ଝିଅ ।
ଗାଁ ଠାରୁ ସହର ଯେତିକି ଦୂର
ତୋ ଠାରୁ ମୋ, ହୃଦୟ ସେତିକି ଦୂର।
କପାଳ ଲିଖନ କେ କରିବ ଆନ
ତୋ ସାଥେ ଯୋଡ଼ି ହେଲା ଅଦେଖା ବନ୍ଧନ ।
ମୋ ସହର ମୋ ପାଇଁ, ହେଲା ସାତ ପର;
ଚିହ୍ନା ଲୋକ ମୋ ପାଇଁ ହେଲେ ଅଚିହ୍ନା
ତୋ ସାଥେ ଯେବେ ମୋ ହାତ ଗଣ୍ଠି ପଡ଼ିଲା
ମୋ ଘରଠୁ ମୋର ସବୁ ସମ୍ପର୍କ ତୁଟିଲା ।
ତୋ ହାତ, ରୁ ପିନ୍ଧିଥିବା ଧାରେ ସିନ୍ଦୂର
ବଦଳେଇ ଦେଲା ମୋ ଘର ଠିକଣା ।
ମୋ ଘରୁ ମୋର ସବାରୀ ଉଠିବ
ସଭିଙ୍କ ଆଖି ଛଳ ଛଳ
ସତେ କି ଉଠିବ କୋକେଇ ।
ବିଧିର ବିଧାନ କେ କରିବ ଆନ
ପର ଘରୀ ହେବ କନ୍ୟା ରତ୍ନ ।
ଶଙ୍ଖ ହୁଳହୁଳି ନାଦରେ ପ୍ରକମ୍ପିତ ମୋ ଦାଣ୍ଡ ଅଗଣା ଚାଲିଯିବ ଝିଅ ପର,କୁ କରି ଆପଣା ।