ଗୁରୁ ହିଁ ଅଟନ୍ତି ଈଶ୍ୱର
ଗୁରୁ ହିଁ ଅଟନ୍ତି ଈଶ୍ୱର


"ଗୁରୁ ହିଁ ଅଟନ୍ତି ଈଶ୍ୱର
ଗୁରୁଙ୍କୁ ନ ମଣିବ ନର
ଆଦ୍ୟରେ ପିତା ମାତା ଜାଣ
ପୂଜିବା ତାଙ୍କରି ଚରଣ ।
କରନ୍ତି ସର୍ଜନା ଆମରି
ପାଳନ୍ତି ବ୍ରହ୍ମା ବିଷ୍ଣୁ ପରି
ସେମାନେ ଆମ ଜନ୍ମଦାତା
ଖୁସିରେ ରଖନ୍ତି ସର୍ବଦା ।
ଦିଆନ୍ତିଭ୍ସମଜେ ସଂସ୍କାର
ଗଢ଼ନ୍ତି ପିତୁଳା ଆକାର
ଅଜ୍ଞାନ ଅନ୍ଧକାରୁ ନେଇ
ଜ୍ଞାନର ଆଲୋକ ଦିଅଇ ।
ସମାଜେ ପରିଚୟ ଦେଇ
ଆମରି ପାଇଁ ମରେ ସେଇ
ଦ୍ବିତୀୟେ ଶିକ୍ଷକ ସମାଜର
କୋଟିଏ ପ୍ରଣିପାତ କର ।
ଅଟଇ ଦ୍ବିତୀୟେ ଈଶ୍ୱର
ଅଜ୍ଞାନ କରନ୍ତି ସଂହାର
ଛାତ୍ର ବାତ୍ସଲ୍ୟ ନରହରି
କୁପ ମଣ୍ଡୁକ ପରି ହାରି ।
ଗୁରୁ ଅଟଇ ମହେଶ୍ୱର
ଶିକ୍ଷା ଦିଅନ୍ତି ନିରନ୍ତର
ଅଜ୍ଞାନ ଅନ୍ଧାର ଆକାଶେ
ଜ୍ଞାନର ଆଲୋକ ପ୍ରକାଶେ ।
ସଂସାରେ ଅଟଇ ସେ ସାର
ମହିମା ଅଟଇ ଅପାର
ରୁହନ୍ତି ଦୃଶ୍ୟ ଆଢୁ ଆଳେ
ପଥ ଦେଖାନ୍ତି କାଳେ କାଳେ ।
ତୃତୀୟ ରୂପେ ସଦଗୁରୁ
ଦିଅନ୍ତି ଦୀକ୍ଷା କର୍ଣ୍ଣ ଗୁରୁ
ଉଚିତ ଶିକ୍ଷା ଯେ ଦିଅନ୍ତି
ନୀତି ଅନୀତି ବଖାଣନ୍ତି ।
ଯା ' ଠାରେ ସର୍ଵଜ୍ଞାନ ଠୁଳ
ଅଟନ୍ତି ବ୍ରହ୍ମାଣ୍ଡର ମୂଳ
ଯା ' ହାକୁ ଭଜି ନିରନ୍ତର
ପବିତ୍ର ହୁଅଇ ଅନ୍ତର ।
ସଂସାରେ ଅଛନ୍ତି ଅନେକ
ନ ସରେ ଗଣିଲେ ପ୍ରତ୍ୟେକ
ତା ସଙ୍ଗେ ସଜୀବ ନିର୍ଜୀବ
ସର୍ବେ ଅଟନ୍ତି ଗୁରୁ ଜୀବ ।
ଯା ' ଠାରୁ ଶିଖୁ କିଛି ଜ୍ଞାନ
ବିଦିତ ହୁଅନ୍ତି ପ୍ରଜ୍ଞାନ
ଭାଗବତ ମତେ ଛବି ଶି
ଅବଧୂତ ଗଣନ୍ତି ବସି ।
ସାପ ଠାରୁ ବେଶ୍ୟା ପର୍ଯ୍ୟନ୍ତ
ନ ହୁଏ ଅବସାନ ଅନ୍ତ
ସଭିଏଁ ଆମ ଗୁରୁ ଜାଣ
ରଚନ୍ତି ଆମରି ଭିଆଣ ।
ଶୁଭ କାମନା କରି ଧ୍ୟାନ
ଦେଇ ଆସନ୍ତି ଗୁଣ ଜ୍ଞାନ
ସଂସାରେ କୁହନ୍ତି ଗୁଣ ଗ୍ରାହୀ
ଅଟନ୍ତି ଆମର ଭାବଗ୍ରାହୀ ।
ଗୁରୁଙ୍କ ପାଦ ପୂଜାକରି
ହୁଅନ୍ତି ଭବ ସିନ୍ଧୁ ପାରି
ବ୍ରହ୍ମା ବିଷ୍ଣୁ ମହେଶ ତିନି ।
ଅଭେଦ୍ୟ ଏକ ମୂର୍ତ୍ତି ଘେନି
ଗୁରୁ ଯେ ସର୍ବଜ୍ଞାନ ଜାତ
ଈଶ୍ୱରମୟ ସର୍ବଭୂତ
ତା କଥା ଶୁଣିଲେ ସକାଳ ।
ପୂର୍ଣ୍ଣ କାମ ହୁଏ ସଫଳ
ଗୁରୁ ଯେ ଅବ୍ୟକ୍ତ ଈଶ୍ୱର
ଅଟନ୍ତି କରୁଣା ସାଗର ।
ତା ' ବିନା ନ ମିଳେ ପୁରସ୍କାର
ସବୁଠି ହୁଏ ତିରସ୍କାର
ଅଟନ୍ତି ରୂପେ ନିରାକାର
କରିବା ସଦା ନମସ୍କାର
ଗୁରୁ ହିଁ ଅଟନ୍ତି ଈଶ୍ୱର ।।