STORYMIRROR

Kartik chandra panda

Classics

3  

Kartik chandra panda

Classics

ସ୍ୱାଗତ ହେ ନୂଆ ବରଷ 2024

ସ୍ୱାଗତ ହେ ନୂଆ ବରଷ 2024

1 min
188

ଆସିଛି ନୂଆ ବରଷ ଦେବାକୁ ମନେ ହରଷ

  ସ୍ୱାଗତ କରିବା ଆସ ବର୍ଷ ଚବିଶି

ନୂଆ ଆଶା ଉଦ୍ଦୀପନା ନୂଆ ବିଶ୍ୱାସ ଭାବନା

  ଭରିଦେଉ ପ୍ରାଣେ ପ୍ରାଣେ ପ୍ରୀତି ବରଷି

    ସୁଖ ଶାନ୍ତି ବିରାଜ ମାନ 

  ନୂଆ ବର୍ଷ ଆଣି ଦେଉ ନୂଆ ସପନ

ଜଗତ କଲ୍ୟାଣ ପାଇଁ  ଧରାରେ ପ୍ରବେଶ ହୋଇ

  ନୂଆ ବରଷ ଆଣିଛି ନୂଆ ସନ୍ଦେଶ

ସବୁ ମାନ ଅଭିମାନ   ଭୁଲିଯାଇ ଆମନ୍ତ୍ରଣ

   କରିବା ଆନନ୍ଦ ଭରେ ବର୍ଷ ଚବିଶ

     ନବ ବର୍ଷ ନବ ରୂପରେ

   ଧରା ବକ୍ଷେ ଅବତୀର୍ଣ୍ଣ ହେଲା ସଧିରେ

ସ୍ୱାଗତ ହେ ନବ ବର୍ଷ  ଭରି ଦିଅ ପ୍ରାଣେ ହସ

    ସବୁ ଦୁଃଖ ଦୂର କର ଏହି ସଂସାରୁ

ଦୁଇ ହଜାର ଚବିଶ   ଆନନ୍ଦ ଉଲ୍ଲାସ ବର୍ଷ

    ତୁଟି ଯାଉ ହିଂସା ଦ୍ୱେଷ ସବୁ ମନରୁ

      ମୋର ଜନ୍ମ ଭୂମି ଭାରତ

    ନବୀନ ସୂର୍ଯ୍ୟ ପରଶେ ହେଉ ବିଖ୍ୟାତ

କୃଷି ବାଣିଜ୍ୟ ବିଜ୍ଞାନ  ସବୁ କ୍ଷେତ୍ରରେ ମହାନ

   ନୂତନ ବର୍ଷ ଆଗମେ ଅଗ୍ରଣୀ ହେଉ

ଶତ୍ରୁ ଭୟ ଦୂର ହୋଇ ଶାନ୍ତି ମାର୍ଗ ଆପଣାଇ

   ଶାନ୍ତିର ବାର୍ତ୍ତା ବିତରି ସୁନାମ ପାଉ

     କାମନା ଏତିକି ମାତର

  ଶାନ୍ତି ମୈତ୍ରୀ ପ୍ରୀତି ଭରି ଦିଅ ଅନ୍ତର ।


       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics