STORYMIRROR

Kalpana Satpathy

Abstract Classics Inspirational

3  

Kalpana Satpathy

Abstract Classics Inspirational

ଜୀବନର ରାସ୍ତା ଗହଳି

ଜୀବନର ରାସ୍ତା ଗହଳି

1 min
193

ଜୀବନର ରାସ୍ତା ଗହଳି ହେଲେ ବି

ଇଛା ହୁଏ ନିଃସଙ୍ଗତା କୁ 

ସାଥୀ କରି ଚାଲିବାକୁ ବାଟ,

ଏ ଦୁନିଆ ଟା ଏବେ ଅଜବ

ହେଲାଣି କେତେ ବେଳେ ବି

ହୁଡିଯିବ ବାଟ

ସତ୍ୟର ପ୍ରତିଛବି ଆଙ୍କି ଦେଇ

ଏଠି ନିତି ଚାଲେ

ଅସତ୍ୟର କଦାକାର ଚିତ୍ର,

ବଞ୍ଚିବାକୁ ରାହା ଖୋଜି ଖୋଜି

ନିରାଶ ହେବାକୁ ପଡେ

ଏଠି ନିତି ଚାଲେ ଭୟର ତାଣ୍ଡବ।

ମଣିଷ ପରିସ୍ଥିତି ର ଦାସ,

ପରିସ୍ଥିତି ପରିବେଶ ବିଗିଡି ଗଲାଣି

ଆଶାର ଫଲ୍ଗୁ ସମୟର ଅନ୍ତରାଳରେ

ଖୋଜେ ଖାଲି ବଡ ହେବାର ଦୃଶ୍ୟ,

ସବୁ ଦୃଶ୍ୟ ମଧ୍ୟରେ ବି ଥାଏ

ଗହଳି ର ଆବରଣ, ହେଲେ

ମିଛ ମାୟା ସଂସାରରେ

କିଏ ବା କାହାର ଖାଲି ଅଧା ଖରା

ଅଧା ଛାଇର ଆଲୋକର ଏଠି

ରୋଷଣୀ ଜଳେ

ଆନ୍ତରିକତାର ପାହାଚ ଏଠି ବହୁ ଦୂର

ସ୍ନେହ ଶ୍ରଦ୍ଧା ଭଲ ପାଇବା

ହୋଇଛି ତ ଏଠି ଖାଲି

ଚାଲିଛି ଘୋଡା ଦୌଡ

ଜୀବନ ରାସ୍ତାର ଗହଳିରେ

ପଡିଯିବାର ଭୟର ଆତଙ୍କ

ଏଠି ଖୋଳପା ପିନ୍ଧା ମଣିଷଙ୍କ

ନାହିଁ ତ ଅଭାବ

ତେଣୁ ନିଃସଙ୍ଗ ଜୀବନରେ

ଧରି ବିଭୁନାମ ଚାଲୁଥିଲେ ବାଟ

କେବେ ନପଡେ ପ୍ରମାଦ।



Rate this content
Log in

Similar oriya poem from Abstract