STORYMIRROR

Anam Charan Sahoo

Abstract Inspirational

3  

Anam Charan Sahoo

Abstract Inspirational

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

1 min
401


ଦାନ ବଦଳରେ ପ୍ରତିଦାନ ଥାଏ

ସଂସାରର ରୀତି ନୀତି

ଶିକ୍ଷା ଲଭି ସାରି ଦକ୍ଷିଣା ଦେବାକୁ

ମନେ ଭରିଯାଉ ପ୍ରୀତି।

ପର ଉପକାର କୁଳ,ଶିଷ୍ଟାଚାର

ନଭୁଲି ଏହି ଜୀବନେ

ପିତାମାତା ପାଦେ ମଥା ନଉଁଥିବି

ଭକ୍ତି ଭାବ ରଖି ମନେ।

ଦେଇଥିଲେ କିଛି ପାଇବାର ଆଶା

ଅଙ୍କୁରି ନ ଉଠୁ ହୃଦେ

ଦୁଃଖିରଙ୍କୀଙ୍କର ସେବା ଲାଗି ମନ

ରହୁ ଗୁରୁ ଆଶୀର୍ବାଦେ।

ହୃଦ ସିଂହାସନେ ଗୁରୁ ପ୍ରତିମୂର୍ତ୍ତି

ଲଭିଲେ ପୂର୍ଣ୍ଣ ପ୍ରତିଷ୍ଠା

ବାଟେଘାଟେ କେବେ ଦେଖା ହୋଇଗଲେ

ଚରଣେ ରହୁ ମୋ ନିଷ୍ଠା।

ନ୍ୟାୟ ପାଇଁ ସଦା ମନ ବଳୁଥାଉ

ଅନ୍ଯାୟ ନଦେଖୁ ନେତ୍ର

ଗୁରୁ ପାଦେ ମତି ମନରେ ଶକତି

କଳୁଷ ନହେଉ ଗାତ୍ର।

ଗୁରୁଙ୍କ ଦକ୍ଷିଣା ପଡିଯିବ ଊଣା

ଦେବାକୁ ଚା‌ହିଁଲେ କିଛି

ଗୁରୁଙ୍କ ସମାନ ଆନ ହୃଦୟରୁ

ଅନ୍ଧାରକୁ ଦେବି ପୋଛି।


Rate this content
Log in

Similar oriya poem from Abstract