STORYMIRROR

ମୁକ୍ତିରାଣୀ ଦେବତା

Action

4  

ମୁକ୍ତିରାଣୀ ଦେବତା

Action

ଗରିବର ଆତ୍ମକଥା

ଗରିବର ଆତ୍ମକଥା

1 min
332


ଅଜଣା ଗନ୍ତବ୍ଯ ଦୁର୍ଗମ ମାର୍ଗ

ଅଲୋଡା ସାଜିଛି ଜୀବନ ସର୍ଗ

ଆଜନ୍ମ ଯାତନା ବରିଛୁ ଆମେ 

ଆଶ୍ରୟହୀନ ଗରିବ ଆମେ ।। 


ଇହଲୋକେ ଆମ ଜୀବନ ଧିକ

ଇତର ବନିକି ମାଗୁଛୁ ଭିକ 

ଈପ୍ସିତ ଆଶାକୁ ଚିତ୍ତ ଯେ ଖୋଜେ

ଈହା ଯେତେ ଅଛି କେଉଁଠି ହଜେ ।। 


ଉପେକ୍ଷା ଜୀବନ ଅଦରକାରୀ

ଉଜାଣି ସ୍ରୋତରେ ଗଲୁଣି ହାରି 

ଊର୍ଦ୍ଧ୍ୱତନ ଯେତେ ଅଛନ୍ତି ଏଠି

ଊର୍ଦ୍ଧ୍ବମୁହାଁ ହୋଇ ଚଳାନ୍ତି ଲାଠି ।। 


ଋଣଗ୍ରସ୍ତ ସାଜି ପାଉଛୁ ସଜା

ଋଣଗ୍ରାହୀ ନିଏ ବହୁଳ ମଜା  

ଏକଛତ୍ରବାଦୀ ଶାସନ ଚାଲେ

ଏକମତି ବିନା ମରନ୍ତି ପଲେ ।।


ଐଚ୍ଛିକ ଧନୀକ ଗଢନ୍ତି ରୀତି

ଐଶ୍ବର୍ଯ୍ୟ ହୋଇଲେ ଭାଙ୍ଗନ୍ତି ନୀତି

ଓଟାରିପକାନ୍ତି ଦେଖିଲେ ନାରୀ

ଓଲା ସାଜି ଆମେ ଯାଉଛୁ ଡରି ।।


ଔଦ୍ଧତ୍ୟକୁ ତୁମ ଭାଙ୍ଗିବେ ଦିଅଁ

ଔକାତ ବଳରେ ଦେଖାଅ ମୁହଁ

କଟୁତା କେତେ ବା ସହିବୁ ଆଉ

କଟୁକ୍ତି ତୁମର ସେତିକି ଥାଉ ।। 


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action