ଗୋଟିଏ ମାଳା
ଗୋଟିଏ ମାଳା
ଆମେରେ ମଣିଷ ଭାରତ ଭୂମେ
ବିଭିନ୍ନତା ମଧ୍ୟେ ଏକତା ମନେ
ଗୋଟିଏ ମାଳାରେ ଗୁନ୍ଥା
ହିନ୍ଦୁ ମୁସଲିମ ବୌଦ୍ଧ ଖ୍ରୀଷ୍ଟିଆନ
ଫୁଲ ପରି ପେନ୍ଥାପେନ୍ଥା।୧
ଖାଇବା ପିଇବା ପିନ୍ଧିବା ସବୁ
ଚଳଣି ଓ ଭାଷା କରିଛି କାବୁ
ତଥାପି ଏକତା ମନେ
ରାଷ୍ଟ୍ରୀୟ ପର୍ବରେ ଭାଇଚାରା ଘେନି
ରହିବା ସଭିଏଁ ଧ୍ୟାନେ।୨
ଜୀବନକୁ ବାଜି ଯିଏ ଲଗାଇ
ଅମର ଆତ୍ମାଙ୍କୁ ସ୍ଲୋଗାନ ଦେଇ
ସାଇତା ସ୍ମୃତିକୁ ଆଜି
ସ୍ମରଣ କରିବା ଭକ୍ତି ଅର୍ଘ୍ୟ ସହ
ହୃଦକୁ ଦେବାନି ଭାଜି।୩
ଆମେ ଯେତେଛନ୍ତି ଭାରତ ଭୂମେ
ଶିକ୍ଷା ଦୀକ୍ଷା ଆଉ ବୁଦ୍ଧିର ପ୍ରାଣେ
ପାଇଅଛେ ପରା ଖୋଜି
କରିବା ସୁକର୍ମ ଧର୍ମର ପଥରେ
ଶପଥ ନେବାରେ ଆଜି।୪
ଅଗଷ୍ଟ ପନ୍ଦର ସେ ପାଇଁ ଦେଖ
ତ୍ରିରଙ୍ଗା ପତାକା ଦେଉଛି ଶିଖ
ହସହସ ବଦନରେ
ଫରଫର ଉଡ଼ି କରୁଛି ପ୍ରଦାନ
ଯେମିତି ମୁକୁତା ଝରେ।୫
