ଗୋଟେ କଥାଥିଲା ବୋଲି
ଗୋଟେ କଥାଥିଲା ବୋଲି
ସେଦିନ ତ କଥାଥିଲା
ସାଥି ହୋଇ ଯିବା ପାଇଁ
କେଉଁ ଏକ ଦୂର ରାଇଜ କୁ I
ସେ ଦିନ ତ କଥାଥିଲା
ଜୀବନକୁ ଛଡେଇ ଆଣିବା ପାଇଁ
ମରଣ ମୁହଁରୁ I
ଜୀବନ ଫେରି ଆସିଲା
ଏକା ଏକା କାହିଁକି କେଜାଣି ?
ଜୀବନଠୁ ମୃତ୍ୟୁ ବୋଧେ ଖୁବ୍ ଭଲଥିଲା I
ଦୃଶ୍ୟପଟ କିଛି ବି ବଦଳି ନାହିଁ
ମହାଯାତ୍ରା ନୁହେଁ ସିନା
ଲମ୍ବା ଏକ ଯାତ୍ରା ପାଇଁ ପ୍ରସ୍ତୁତି ସରିଛି I
ଧରିଥିବା ହାତ ଏବେ ଛାଡିଦେଲି
ଗୋଟିଏ ପ୍ରତିଶୃତିର ବିନିମୟରେ I
ପୁଣିଥରେ ଏଠିକି ଫେରିବାକୁ ତ ହେବ,
ଝୋଟପରି ଅସଜଡା ପକ୍ୱକେଶ,
ଅଯତ୍ନ ବର୍ଦ୍ଧିତ ସ୍ମଶୃ
ବୟସ ଭାରରେ ନଇଁ ଯାଇଥିବା ଅଣ୍ଟା,
ଥରିଲା ଥରିଲା ଅବସ ହାତ ପାଦ,
ଦନ୍ତହୀନ ପାକୁଆ ପାଟିରେ
ଏକ ଆତ୍ମୀୟତାର ହସ ସହ I
କିଏ ଜାଣେ ଚିହ୍ନି ପାରିବ କି ନାହିଁ ?
ଏବେ ତ କହୁଛ ହଁ,
ତୁମଠାରୁ ମୋତେ ଅବା
ଆଉ କିଏ ଅଧିକା ଚିହ୍ନିବ ?