Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

3  

Jayashree Maharana

Romance

ଗୋପନ ପ୍ରତୀକ୍ଷା କଳି ହୁଏନା

ଗୋପନ ପ୍ରତୀକ୍ଷା କଳି ହୁଏନା

1 min
15


ଝରକା ସେପାଖେ ବରଷା ଝରୁଛି

     ଭିଜୁଛି ଆନନ୍ଦେ ଘର ଅଗଣା

ଝରକା ଏପାଖେ କୁଆଁରୀ ମନରେ

     ଆଙ୍କିଛି ଅକୁହା ମିଠା ଭାବନା ।


ଭିଜୁଛି ହୃଦୟ ପୀରତି ନିଶାରେ

     ବିରହେ ସ୍ପନ୍ଦନ ହୁଏ ଦ୍ଵିଗୁଣା

ଆଶାର ସମୀର ଭରେ ଶିହରଣ

      ଜାଗିଛି ଯୌବନେ ଅନେକ ତୃଷ୍ଣା ।


ବରଷା ଗାଉଛି ରିମଝିମ୍ ସୁରେ

     ବିମୋହିତ ପ୍ରାଣେ ମାଖେ କାମନା

ସପନେ ପ୍ରେମର ନିଳୟ ଗଢୁଛି

     ଆଖିରେ ଚିତ୍ରିତ ସେ' ଉନ୍ମାଦନା ।


ନୀରବେ ଝୁରୁଛି ମଧୁର ପରଶ

      ସାଥି ବିନା ବର୍ଷା ଦିଏ ବେଦନା

ଆନମନା ମନ ଜଳେ ରାତିଦିନ

      ଜୀବନ ଚାହୁଁଛି ପ୍ରୀତି ସାଧନା ।


ଆଖି ଖୋଜେ ସାଥି ହୃଦ ଖୋଜେ ପ୍ରୀତି

        ଗୋପନ ପ୍ରତୀକ୍ଷା କଳି ହୁଏନା

ସମ୍ପର୍କର ଖିଅ ଯୋଡ଼ିଦେବ କିଏ

        ପ୍ରୀତି ଉଚ୍ଛ୍ୱାସରେ କରି ଆପଣା ।





Rate this content
Log in

Similar oriya poem from Romance