STORYMIRROR

Satyanarayan Sahoo

Comedy Romance Tragedy

4  

Satyanarayan Sahoo

Comedy Romance Tragedy

ଗଞ୍ଜେଇ ମହିମା

ଗଞ୍ଜେଇ ମହିମା

1 min
256


ଗଞ୍ଜେଇ ମହିମା ଶୁଣ ଦେଉଛି ବୁଝାଇ

ଗୁରୁ ତମ ନିଶାଦ୍ରବ୍ୟ ଚିଲମେ ପୁରାଇ ।

ବାବା ମାତା ମାନେ ତା କୁ ଆଦରେ ଭିଡ଼ନ୍ତି

ଭକ ଭାକ ଧୁଆଁ ନିଜ ମୁଖ ରୁ ଛାଡନ୍ତି ।


ଭକତ ଚେଲା , ଚାମଚା , ଯେତେକ ନିଶାଡି

ଥରେ ଭିଡ଼ି ଦେଲେ ଆଉ ପାରନ୍ତି ନି ଛାଡି ।

ବିଡି ଠୁ ଅଧିକ ନିଶା ତହିଁ ରେ ଲାଗଇ

ଅତି ମୂଲ୍ୟ ବାନ ତେଣୁ ଯେ ଏହି ଗଞ୍ଜେଇ ।


ଚାଷ କଲେ ମିଳି ଥାଏ ନିତି ବହୁ ଲାଭ

ଗଞ୍ଜେଇ ପାରାଏ ଦ୍ରବ୍ୟ ଜଗତେ ଦୁର୍ଲଭ ।

ଜବତ କରନ୍ତି ତାହା ଅବକାରୀ ବାଲା

ଚୋରା ରେ କିଣି ଆଣନ୍ତି ବାବାଜୀ ଓ ଚେଲା ।


ଚିଲମ ନଳା ରେ ଦଳା ଦଳି କରି ଭରି

ଓଠ ରେ କାମୁଡ଼ି ଦ୍ୟନ୍ତି ଦିଆସିଲି ମାରି ।

ଚୋରା ରେ ହୁଅଇ ଜାଣ ତାହା କାରବାର

ଦିନମ୍ବରି ନିଶା ଦ୍ରବ୍ୟ ମଧ୍ୟେ ଶ୍ରେଷ୍ଠ ତର ।


ଅତ୍ୟନ୍ତ ଆଦରେ ସର୍ବେ ସେବୁ ଥାନ୍ତି ତାହା

କେଡେ ସ୍ଵାଦ ଲାଗେ ଟିକେ ଚାଖି ଦେଲେ ଆହା ।

ବେବ ଦେବ ମହା ଦେବ ବାବା ଭୋଳା ନାଥ

ଗଞ୍ଜେଇ ନିଶା ରେ ସଦା ଥାଆନ୍ତି ଉନ୍ମତ୍ତ ।


ଗଞ୍ଜେଇ ଖାଇ ସେ ହୋଇ ମହା ଯୋଗେଶ୍ୱର

ଯିଏ ଯାହା ମାଗେ ଦେଇ ଥାନ୍ତି ଯଥା ଶିଘ୍ର ।

ତେଣୁ କରି ଭକ୍ତ ମାନେ ବାବା ଙ୍କୁ ଭୁଲାନ୍ତି

ବର ଲୋଭେ ଗଞ୍ଜା ଦେଇ ପୂଜା କରି ଥାନ୍ତି ।


ଅତି ଖୁସି ହୋନ୍ତି ହର ପାଇଲେ ଗଞ୍ଜାଇ

ଗୟସ କୁସୁମ ଗାଈ କ୍ଷୀର ସାଥେ ନେଇ ।

ଅର୍ପିଲେ ଭକତି ଭାବେ , ଅଭିଷ୍ଟ ପୂରଣ

ଅଚିରେ ହୁଅନ୍ତି , ଶିବ ବାବା ସୁପ୍ରସନ୍ନ ।


ଓଜ।ଡ଼ି , ଦିଅନ୍ତି ଭକ୍ତେ ବହୁ ବର ମାନ

ଅଶେଷ ମହିମା ତାର ଜୟ ଜୟ ଗାନ ।

କରି ଗଞ୍ଜାଇ ରେ କରି ଥାନ୍ତି ଜନେ ପୂଜା

ଗଞ୍ଜେଇ କିଣନ୍ତି , ନ କିଣନ୍ତି ଖଜା ଗଜା ।


Rate this content
Log in

Similar oriya poem from Comedy