ଗଞ୍ଜେଇ ମହିମା
ଗଞ୍ଜେଇ ମହିମା
ଗଞ୍ଜେଇ ମହିମା ଶୁଣ ଦେଉଛି ବୁଝାଇ
ଗୁରୁ ତମ ନିଶାଦ୍ରବ୍ୟ ଚିଲମେ ପୁରାଇ ।
ବାବା ମାତା ମାନେ ତା କୁ ଆଦରେ ଭିଡ଼ନ୍ତି
ଭକ ଭାକ ଧୁଆଁ ନିଜ ମୁଖ ରୁ ଛାଡନ୍ତି ।
ଭକତ ଚେଲା , ଚାମଚା , ଯେତେକ ନିଶାଡି
ଥରେ ଭିଡ଼ି ଦେଲେ ଆଉ ପାରନ୍ତି ନି ଛାଡି ।
ବିଡି ଠୁ ଅଧିକ ନିଶା ତହିଁ ରେ ଲାଗଇ
ଅତି ମୂଲ୍ୟ ବାନ ତେଣୁ ଯେ ଏହି ଗଞ୍ଜେଇ ।
ଚାଷ କଲେ ମିଳି ଥାଏ ନିତି ବହୁ ଲାଭ
ଗଞ୍ଜେଇ ପାରାଏ ଦ୍ରବ୍ୟ ଜଗତେ ଦୁର୍ଲଭ ।
ଜବତ କରନ୍ତି ତାହା ଅବକାରୀ ବାଲା
ଚୋରା ରେ କିଣି ଆଣନ୍ତି ବାବାଜୀ ଓ ଚେଲା ।
ଚିଲମ ନଳା ରେ ଦଳା ଦଳି କରି ଭରି
ଓଠ ରେ କାମୁଡ଼ି ଦ୍ୟନ୍ତି ଦିଆସିଲି ମାରି ।
ଚୋରା ରେ ହୁଅଇ ଜାଣ ତାହା କାରବାର
ଦିନମ୍ବରି ନିଶା ଦ୍ରବ୍ୟ ମଧ୍ୟେ ଶ୍ରେଷ୍ଠ ତର ।
ଅତ୍ୟନ୍ତ ଆଦରେ ସର୍ବେ ସେବୁ ଥାନ୍ତି ତାହା
କେଡେ ସ୍ଵାଦ ଲାଗେ ଟିକେ ଚାଖି ଦେଲେ ଆହା ।
ବେବ ଦେବ ମହା ଦେବ ବାବା ଭୋଳା ନାଥ
ଗଞ୍ଜେଇ ନିଶା ରେ ସଦା ଥାଆନ୍ତି ଉନ୍ମତ୍ତ ।
ଗଞ୍ଜେଇ ଖାଇ ସେ ହୋଇ ମହା ଯୋଗେଶ୍ୱର
ଯିଏ ଯାହା ମାଗେ ଦେଇ ଥାନ୍ତି ଯଥା ଶିଘ୍ର ।
ତେଣୁ କରି ଭକ୍ତ ମାନେ ବାବା ଙ୍କୁ ଭୁଲାନ୍ତି
ବର ଲୋଭେ ଗଞ୍ଜା ଦେଇ ପୂଜା କରି ଥାନ୍ତି ।
ଅତି ଖୁସି ହୋନ୍ତି ହର ପାଇଲେ ଗଞ୍ଜାଇ
ଗୟସ କୁସୁମ ଗାଈ କ୍ଷୀର ସାଥେ ନେଇ ।
ଅର୍ପିଲେ ଭକତି ଭାବେ , ଅଭିଷ୍ଟ ପୂରଣ
ଅଚିରେ ହୁଅନ୍ତି , ଶିବ ବାବା ସୁପ୍ରସନ୍ନ ।
ଓଜ।ଡ଼ି , ଦିଅନ୍ତି ଭକ୍ତେ ବହୁ ବର ମାନ
ଅଶେଷ ମହିମା ତାର ଜୟ ଜୟ ଗାନ ।
କରି ଗଞ୍ଜାଇ ରେ କରି ଥାନ୍ତି ଜନେ ପୂଜା
ଗଞ୍ଜେଇ କିଣନ୍ତି , ନ କିଣନ୍ତି ଖଜା ଗଜା ।

