ଘୁଙ୍ଗୁର
ଘୁଙ୍ଗୁର
ସରୁନି ସମୟ
ପାହୁନି ରାତି
ଅଜଣା କୋହରେ
ଥରୁଛି ଛାତି ।
ସାଜିଲା ଘୁଙ୍ଗୁର
ବଇରୀ ମୋର
ଜଳିଗଲା ସ୍ନେହ
ପ୍ରେମ ଆଧାର ।
ନିଜର ମଣିଷ
ଦେଲା ଦୂରେଇ
ସରିନି ଜୀବନ
ଜଳିଲା ଜୁଇ ।
ଅଧାଗଢ଼ା ହେଲା
ପ୍ରୀତି ସଂସାର
ଆଖିରୁ ଝରୁଛି
ଲୋତକ ଧାର ।
ମଉଳି ଯାଇଛି
ଫୁଲେଇ ମନ
କିଏ ଦେବ ଆଣି
ସୁନା ସପନ ।
ହଜିଲା ସଂସାର
ଘୁଙ୍ଗୁର ମାୟା
ଡର ଲାଗେ ଦେଖି
ନିଜର ଛାୟା ।
ଭାରି ଛଳିଆ ସେ
ପେନ୍ଥି ଘୁଙ୍ଗୁର
ହଜାଏ ଦିଏ ସେ
ସଂମ୍ପର୍କ ଡୋର ।