ଘର
ଘର


ଘର ଛାଡ଼ି କେବେ ଚାଲି ଆସିଥିଲି ମନେନାହିଁ,
ସଂସାର ମେଳାରେ ବାଟ ଭୁଲି ଘର ଖୋଜୁଥାଇ ।
କୋଠା ଘରକୁ ମୁ ନିଜ ଘର ବୋଲି ଭାବୁଥାଏ,
ନିଜ ଘର ନିଜ ଠିକଣା ଆଜି ମୁଁ ଭୁଲିଥାଏ ।
ଏ ଘରେ ଥାଇ ମୁ କେତେ ଆସବାବ ସଜାଡ଼ିଛି,
ସେ ଘରକୁ ଶେଷେ ଯିବାକୁ ପଡ଼ିବ ଭୁଲିଅଛି ।
ଏଘର ବିଛଣା କେତେ ସପନର ଅଟେ ସାକ୍ଷୀ,
ସପନେ ସପନେ ଜୀଵନବି ଦିନେ ଯିବ ଥକି ।
ଥକାମନ କଥା ମାନି ମୋହ ତେଜ ଏ ଘରର ,
ନିଜ ସେ ଘରକୁ ଯିବା ଲାଗି ହୁଅ ଆଗଭର ।
ଏପାରିର କର୍ମ କରିବି ମନେ ନ ରଖି ଆଶା,
ସମୟ ଆସିଲେ ଚାଲିଯିବି ମୋର ନିଜ ବସା।
ନିତ୍ୟଲୋକ ମୋର ସଠିକ ଠିକଣା ଯାଗେ ମନେ,
ନିତ୍ୟପୁରୁଷ ନେଇଯିବେ ପାଶେ ଶେଷେ ଜାଣେ ।