STORYMIRROR

BULU BEHERA

Action Fantasy Inspirational

3  

BULU BEHERA

Action Fantasy Inspirational

ଘଣ୍ଟା

ଘଣ୍ଟା

1 min
197

ତୁମେ ଗୁରୁଙ୍କ ପରି ସମସ୍ତଙ୍କୁ

ସତ୍ ମାର୍ଗରେ ନିଅ,

ତୁମରି ପଛରେ ଏ ବିଶ୍ୱର  ସମସ୍ତେ ।

ତୁମେ ସମସ୍ତଙ୍କୁ ସବୁବେଳେ 

ଉଚିତ୍ ପଥ ଦେଖାଇବାର ସ୍ରଷ୍ଟା l

ତୁମକୁ ଅନୁସରଣ କରି ଯିଏ

ବାଟ ଚାଲି ପାରେନାହିଁ,

ସିଏ ସବୁଦିନ ପାଇଁ ସବୁ କ୍ଷେତ୍ରରେ

ପଛଘୁଞ୍ଚା ଦିଏ ଓ ଅଳସୁଆ ହୋଇଯାଏ।

ତୁମେ ଉଚିତ୍ ମାର୍ଗରେ ସବୁବେଳେ

ଦିଗଦର୍ଶନ ସମସ୍ତଙ୍କୁ ଦେଇଥାଅ।

ଠିକ୍ ଠିକ୍ କଥା କହି

ସାଧୁସନ୍ଥଙ୍କ ପରି ଉପଯୁକ୍ତ

ମାର୍ଗକୁ ସୂଚାଇଥାଅ l

ତୁମରି ବିହୁନେ ଅନ୍ଧ ପରି

ଚତୁଃର୍ଦିଗ ଅନ୍ଧାରିଆ ଦେଖାଯାଏ।

ତୁମେ ଚଣ୍ଡାଳଠାରୁ ଆରମ୍ଭ କରି

ବ୍ରାହ୍ମଣର କୁଟୀରରେ, ସବୁରି ହାତରେ

ଗୃହର କାନ୍ଥରେ, ଯେତେ ଛୋଟ ବଡ 

ଦୋକାନରେ ତୁମେ ଶୋଭାବର୍ଦ୍ଧନ କର।

ତୁମରି ଇଙ୍ଗିତକୁ ଯିଏ ଅନୁସରଣ କରେ

ତା ଜୀବନ ଧନ୍ୟ ହୁଏ l

ଲକ୍ଷ୍ୟ ତା'ର ପୂରଣ ହୋଇଥାଏl

ଶେଷରେ ସେ ଜାତିର ପିତାଙ୍କ ପରି

ସମୟାନୁବର୍ତ୍ତିତା ହୁଏ।

ନା ତୁମେ କାହାର ଗୁରୁ ନା ତୁମେ ସାଧୁସନ୍ଥ

ତଥାପି ତୁମେ ମାନବକୃତ ହୋଇ

ସମଗ୍ର ମାନବ ସମାଜ ପାଇଁ

ଯେଉଁ କଲ୍ୟାଣ ସାଧନ ସାଧନ କରୁଛ

ତୁମକୁ ଜୀବନ ଥିବା ପର୍ଯ୍ୟନ୍ତ

ସମସ୍ତ୍ରେ ମନେ ପକାଉଥିବେ ଘଣ୍ଟାକୁ ଘଣ୍ଟା

ହେ ମୋର  ଅନ୍ତରଙ୍ଗ  ପ୍ରିୟବନ୍ଧୁ "ଘଣ୍ଟା "।



Rate this content
Log in

Similar oriya poem from Action